Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିକମପାଲି ଫ୍ରେଣ୍ଡସ କ୍ଲବ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଝାରସୁଗୁଡା ୨/୭ (ଓଡ଼ିଶା ନ୍ୟୁଜ)ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଭିକମପାଲି ଫ୍ରେଣ୍ଡସ କ୍ଲବ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭିକମପାଲି ଫ୍ରେଣ୍ଡସ କ୍ଳବର ସଭାପତି ଅଭିଷେକ ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଝାରସୁଗୁଡା ବନଖଣ୍ଡ ଏସିଏଫ ଲଳିତ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ପଦ୍ମିନୀ ସାହୁ ଓ ସମିତି ସଭ୍ୟା ବବିତା ମହାପାତ୍ର, ବନପାଳ ହରେନ୍ଦ୍ର ସାହୁ, ବନରକ୍ଷୀ ବନିତା ମିଶ୍ର, ଫରେଷ୍ଟ ସ୍କ୍ବାର୍ଡ ମିଳନ ଦାସ, ସଂଗ୍ରାମ ଦାସ,, ସମାଜସେବୀ ପିକୁ ମିଶ୍ର, ପୌଲସ୍ତ୍ୟ ମେହେର, ଓମ ପ୍ରକାଶ ମିଶ୍ର, ସରୋଜ ନନ୍ଦ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ । ଏହି ଅବସରରେ ଭିକମପାଲି ଫ୍ରେଣ୍ଡସ କ୍ଲବର ସଭାପତି ଶ୍ରୀ ହୋତା ଉପ ସଭାପତି ଦୀପକ ମେହେର, ସଂପାଦକ ସ୍ୱାଧୀନ ମହାପାତ୍ର,ଯୁଗ୍ମ ସମ୍ପାଦକ ମହେନ୍ଦ୍ର ମେହେର,କୋଷାଧ୍ୟକ୍ଷ ଅର୍ଜୁନ ଗଣ୍ଡ, ବିକାଶ ସାମନ୍ତରାୟ, ପଦ୍ମଲୋଚନ ପଟେଲ, ଅଭିଷେକ ରାୟ, କୋଷାଧ୍ୟକ୍ଷ ଅର୍ଜୁନ ଗଣ୍ଡ ଙ୍କ ସମେତ ସମସ୍ତ ସଦସ୍ୟ ଭିକମପାଲି ହାଇସ୍କୁଲ ନିକଟରେ ଥିବା ଖୋଲା ପଡ଼ିଆରେ ପ୍ରାୟ ଏକ ହଜାରରୁ ଅଧିକ ବିଭିନ୍ନ କିସମର ବୃକ୍ଷ ରୋପଣ କରିଥିଲେ । ଶେଷରେ ସାଧାରଣ ସମ୍ପାଦକ ସ୍ୱାଧୀନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।