Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଉଲୁଣ୍ଡା ଚନ୍ଦିଲି ଜଙ୍ଗଲରେ ଜନ୍ତୁ ଶିକାର କରୁଥିବା 4 ଶିକାରୀ ଙ୍କୁ ଗିରଫ କଲା ବନବିଭାଗ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନବିଭାଗ ପେଟ୍ରୋଲିଂ କରୁଥିବା ବେଳେ 4 ଜଣ ଜନ୍ତୁ ଶିକାରୀଙ୍କୁ ଧରି ସଫଳତା ପାଇଛି I ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ଓ ଏକ ଶିଆଳ କୁ ଜବତ କରିଛି ବନବିଭାଗ I ସୂଚନା ଯେ ମଙ୍ଗଳବାର ବନ ବିଭାଗ ପକ୍ଷରୁ ଚନ୍ଦିଲି ଜଙ୍ଗଲରେ ପେଟ୍ରୋଲିଂ କରୁଥିଲା I ଉକ୍ତ ସମୟରେ ବନ୍ୟଜନ୍ତୁ ଶିକାର କରୁଥିବା ଜାଣିପାରି କିଛି ଶିକାରୀଙ୍କୁ ଠାବ କରିଥିବାବେଳେ ସେମାନେ ହରିଣ , ବାର୍ହା ଆଦି ଶିକାର କରନ୍ତି ବୋଲି ସୂଚନା ଦେଇଛନ୍ତି ଉଲୁଣ୍ଡା ରେଞ୍ଜର l ସମସ୍ତେ ଉଲୁଣ୍ଡା ନିକଟସ୍ଥ କ୍ଷେମlଲୋଏ ଗ୍ରାମର ବୋଲି ଜଣାପଡିଛି l ଗିରଫ କଲାପରେ ସମସ୍ତ ଚାରି ଜଣ ଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି l