ଆଗକୁ ଆସୁଛି ୨ ଲଘୁଚାପ


ଭୁବନେଶ୍ୱର: ସପ୍ତାହକ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଦୁଇଟି ଲଘୁଚାପ। ଜୁଲାଇ ୭ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରାଯାଇଛି। ଏହା ପ୍ରଭାବରେ ଓଡ଼ିଶାରେ ୩ ରୁ ୪ ଦିନ ବର୍ଷା ସମ୍ଭାବନା ରହିଛି। ସେହିପରି ଜୁଲାଇ ୧୫ କିମ୍ବା ୧୬ ତାରିଖରେ ଆଉ ଏକ ଲଘୁଚାପ ଆଶଙ୍କା ରହିଛି।ଫଳରେ ବର୍ଷାବି ବଢିବା ଆଶଙ୍କା ରହିଛି।