Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଜଧାନୀରେ ହତ୍ୟା: ବାପାକୁ ଛୁରୀ ଭୁଶିଲା ପ୍ରଫେସର ପୁଅ

ଭୁବନେଶ୍ବର: ପାରିବାରିକ କଳହରୁ ପଶୁ ପାଲଟିଲା ପୁଅ । ବୁଢ଼ା ବାପାକୁ ଛୁରୀ ଭୁଶି କଲା ହତ୍ୟା । ଘଟଣା ଘଟିଛ ରାଜଧାନୀ ଭୁବନେଶ୍ବରରେ । ମଞ୍ଚେଶ୍ୱର ଥାନା ରଙ୍ଗମାଟିଆର ଏକ ଆପାର୍ଟମେଣ୍ଟରେ ଏପରି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତକ ହେଉଛନ୍ତି ସୁନୀଲ ଚୌଧୁରୀ ।

ମିଳିଥିବା ସୂଚନା ମୁତାବକ, ସୁନୀଲ ନାଲକୋରେ ଜଣେ ଅବସରପ୍ରାପ୍ତ ଉଚ୍ଚ ପଦସ୍ଥ ଅଧିକାରୀ ଥିଲେ । ତାଙ୍କ ପୁଅ ଅନିରୁଦ୍ଧ ଚୌଧୁରୀ ଏକ ଘରୋଇ ଲ’ କଲେଜରେ ଜଣେ ଫ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି ।

ଖବର ପାଇ ମଞ୍ଚେଶ୍ୱର ପୋଲିସ୍‌ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ପୁଅକୁ ଗିରଫ କରିଛି । ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଡିସିପିଙ୍କ କହିବା ଅନୁସାରେ ଅନିରୁଦ୍ଧଙ୍କ ଉପରେ ଲୋନ୍‌ ଭାର ବଢ଼ି ଯାଇଥିଲା । ଏହାକୁ ନେଇ ସେ ଚିନ୍ତାଗ୍ରସ୍ତ ରହିବା ସହ ବାପାଙ୍କୁ ଟଙ୍କା ମାଗିଥିଲେ । ମାତ୍ର ପୁଅକୁ କୌଣସି ଟଙ୍କା ଦେବାକୁ ସୁନୀଲ ମନା କରି ଦେଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ଆସିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଅନିରୁଦ୍ଧ ଆଜି ସକାଳେ ବାପାଙ୍କୁ ହତ୍ୟା କରିଛନ୍ତି ।

More Stories