ଖଣ୍ଡହତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ୟାବିନେଟ ଗଠିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ସ୍କୁଲ କ୍ୟାବିନେଟ ଗଠନ କରାଯାଇଛି । ପ୍ରଧାନ ଶିକ୍ଷକ ବିଶ୍ଵାମିତ୍ର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ସହକାରୀ ଶିକ୍ଷକ ବଳରାମ ମିଶ୍ର , ସୁରେଶ ସାହୁ , ପର୍ତ୍ତି ବୁଡ଼େକ , ଶିକ୍ଷୟତ୍ରୀ ମଞ୍ଜୁ ମାଝୀ , ସସ୍ମିତା ନାଏକ , ଶେଷଦେବ ପଧାନ ପ୍ରମୁଖ ଉପସ୍ଥିତ ଥିଲେ। ଗଠିତ ସ୍କୁଲ କ୍ୟାବିନେରେ ସୁଚିତା ନାଏକ ମୁଖ୍ୟମନ୍ତ୍ରୀ ଓ ସୁମନ ନାଏକ ଉପ-ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। ଏଥିସହ ମାନସୀ ମେହେର ଶିକ୍ଷା ମନ୍ତ୍ରୀ ଓ ହେପି ଭୋଇ ଉପ-ଶିକ୍ଷା ମନ୍ତ୍ରୀ , ରାଜା ରଣା ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଲିମା ବାରକୁଟିଆ ଉପ-ସ୍ୱାସ୍ଥ୍ୟ ମନ୍ତ୍ରୀ, ଲିପୁନ ନାଏକ କ୍ରୀଡା ମନ୍ତ୍ରୀ ଓ ଦୀପାଲି ପୁଷ୍ଟି ଉପ-କ୍ରୀଡା ମନ୍ତ୍ରୀ , ରାହୁଲ ଘୁଟା ଶୃଙ୍ଖଳା ମନ୍ତ୍ରୀ ଓ ସୀମା ପଧାନ ଉପ-ଶୃଙ୍ଖଳା ମନ୍ତ୍ରୀ , ଅଲିସା ନାଏକ ଖାଦ୍ୟ ମନ୍ତ୍ରୀ ଓ ଜୟକୃଷ୍ଣ ଭୋଇ ଉପ-ଖାଦ୍ୟ ମନ୍ତ୍ରୀ, ଝୁମାଶ୍ରୀ ମେହେର ପ୍ରାର୍ଥନା ମନ୍ତ୍ରୀ ଓ ଅନନ୍ତ ନାଏକ ଉପ-ପ୍ରାର୍ଥନା ମନ୍ତ୍ରୀ , ଶିବୁରାମ ବାଘ ପରିମଳ ଓ ସ୍ୱଚ୍ଛତା ମନ୍ତ୍ରୀ ଓ ମନୀଷା ସାହୁ ଉପ-ପରିମଳ ଓ ସ୍ୱଚ୍ଛତା ମନ୍ତ୍ରୀ ଭାବେ ମନୋନୀତ ହୋଇଥିବା ଜଣାଯାଇଛି। ଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ମଞ୍ଜୁ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।