Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଲକାନଗିରି ପୁର୍ବତନ ବଧାୟକ ଆଦିତ୍ୟ ମାଢ଼ି ଆଉ ନାହାନ୍ତି,ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତି କଲେ ଶେଷ ଦର୍ଶନ

ମାଲକାନଗିରି:ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଆଦିତ୍ୟ ମାଢିଙ୍କ ପରଲୋକ ହୋଇଛି । କିଡନୀ ରୋଗରେ ସେ ଆକ୍ରାନ୍ତ ଥିଲେ। ଭୁବନେଶ୍ବର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି।
ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱର୍ଗତ ମାଢ଼ୀଙ୍କୁ ଶେଷ ସମ୍ମାନ ଜଣାଇ ପରିବାର ବର୍ଗଙ୍କ ସହ ଆଲୋଚନା କରି ଶୋକ ସନ୍ତପ ପରିବାର ବର୍ଗଙ୍କୁ ନିଜର ସମବେଦନା ଜଣାଇଛନ୍ତି।ଏପରିକି ପଞ୍ଚାୟତ ରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ଙ୍କ ସହିତ ଅନେକ ମନ୍ତ୍ରୀ ମଣ୍ଡଳୀ ସ୍ୱର୍ଗତ ମାଢ଼ୀଙ୍କ ଶେଷ ଦର୍ଶନ କରି ସମ୍ମାନ ଜଣାଇଛନ୍ତି।
ଏଠାରେ ସୂଚନା ଯୋଗ୍ୟଯେ,ସ୍ୱର୍ଗତ ମାଢ଼ୀ ଆଦିବାସୀ ମଙ୍ଗଳ ବିଭାଗର ଶିକ୍ଷକ ଥିଲେ। ପରବର୍ତ୍ତି ସମୟରେ ଚାକିରି ଛାଡି ରାଜନୀତିରେ ଯୋଗ ଦେଇଥିଲେ।୨୦୦୯ ଓ ୨୦୧୪ ରେ ବିଜେପିରୁ ମାଲକାନଗିରି ବିଧାନସଭା ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିଥିଲେ । ତେବେ ୨୦୧୯ ରେ ଶ୍ରୀ ମାଢି ମାଲକାନଗିରିରୁ ବିଜେପିରୁ ବିଧାୟକ ଭାବେ ନିର୍ବାଚିତ ହୋଇ ୨୦୨୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଗତ ୨୦୨୨ ମସିହାରେ ସେ କିଡ଼ନୀ ଜନିତ ରୋଗ ରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ଦୁଇ ବର୍ଷ ତଳେ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ତାଙ୍କର କିଡନୀ ରୋପଣ ମଧ୍ୟ କରାଯାଇଥିଲା । ହେଲେ କିଛି ଦିନ ଭଲ ରହିବା ପରେ ପୁଣି ଥରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଗତ କିଛି ଦିନ ଧରି ଭୁବନେଶ୍ବର ଏମସରେ ରହି ଚିକିତ୍ସା ହେଉଥିଲେ। ଆଜି ସନ୍ଧ୍ୟାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କର ମରଶରୀରକୁ ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟଳୟକୁ ନିଆଯାଇ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ବିଧାନସଭା ଗୃହ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଆସନ୍ତା କାଲି ତାଙ୍କର ପୈତୃକ ଗାଁ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ରୋଡ଼ନପାଲି ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ କରାଯିବ।
ତାଙ୍କ ମୃତ୍ୟୁ ଖବର ପାଇ ମାଲକାନଗିରି ଜିଲ୍ଲା ବିଜେପି ସଭାପତି ନିମାଇଁ ଚନ୍ଦ୍ର ପାଲ, ମାଲକାନଗିରି ନୂତନ ବିଧାୟକ ନରସିଂହ ମାଡକାମି ଓ ବିଜେପି ଦଳ ର ସମସ୍ତ କର୍ମୀ ନେତା ଦୁଃଖ ପ୍ରକାଶ କରିଛନ୍ତି। ଏହି ମୃତ୍ୟୁ ଖବର ଜାଣିବାପରେ ପଡିଆ, କାଲିମେଳା ବ୍ଲକ ସହିତ ସମଗ୍ର ମାଲକାନଗିରି ଜିଲ୍ଲା ରେ ଶୋକର ଛାୟା ଖେଳିଯାଇଛି।