Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀ ପ୍ରବେଶ କଲେ ନିଜ କାର୍ଯ୍ୟାଳୟକୁ,କାମ ଆରମ୍ଭ

ଭୁବନେଶ୍ବର:ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଲୋକ ସେବା ଭବନରେ ଥିବା ନିଜ କାର୍ଯ୍ୟାଳୟରେ ଆଜି କାମ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆଗମନ ସମୟରେ ତାଙ୍କୁ ବିଶାଳ ସ୍ୱାଗତ କରାଯାଇଛି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (ସିଏମଓ) ରାଜ୍ୟ ଅତିଥି ଗୃହରୁ କାର୍ଯ୍ୟ କରୁଥିଲା କାରଣ ତାଙ୍କର କାର୍ଯ୍ୟାଳୟର ତୃତୀୟ ମହଲାରେ ନବୀକରଣ କାମ ଚାଲି ଥିଲା।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି ଲୋକ ସେବା ଭବନରେ ପ୍ରବେଶ କରିବା ପୂର୍ବରୁ ତାଙ୍କର କାର୍ଯ୍ୟାଳୟରେ ପୂଜା କାର୍ଯ୍ୟ ହୋଇଥିଲା। ମୁଖ୍ୟମନ୍ତ୍ରୀ ନିଜ କାର୍ଯ୍ୟାଲକୟକୁ ପ୍ରବେଶ କରିବା ପୁର୍ବରୁ ଆଣ୍ଠୁମାଡି ମୁଣ୍ତିଆ ମାରି ଭିତରକୁ ପ୍ରବେଶ କରିଥିଲେ।

More Stories