Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ଜମନକିରା : ଜାତୀୟ ବନ ସପ୍ତାହର ଚତୁର୍ଥ ଦିନରେ ଜମନକିରା ବ୍ଲକ ବଡରମା ପଞ୍ଚାୟତ ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ବନ ମହୋତ୍ସବ ପାଳିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ଭାରାପ୍ରାପ୍ତ ଅଧକ୍ଷ ସନ୍ତୋଷ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ବିଡ଼ିଓ ସୁଶ୍ରୀ ରୀନା ନାଏକ ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବେ ଷଣ୍ଢପଥର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ଯୋଗଦେଇଥିବା ବେଳେ ପ୍ରକୃତି ମିତ୍ର ତଥା ସମାଜ ସେବୀ ଗୋକୁଲା ନନ୍ଦ ଦାନୀ ପ୍ରମୁଖ ଅତିଥିଗଣ ଯୋଗ ଦେଇ ବନ ଓ ବନ୍ୟ ପ୍ରାଣୀର ସୁରକ୍ଷା ପାଇଁ କିପରି ପୂରାଣ ଯୁଗରୁ ଵିଧି ରହି ଆସିଛି ତାହା ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ଏଥିସହ ବକ୍ତବ୍ୟରେ କୁଚିଣ୍ଡା ଉପଖଣ୍ଡ ଓ ଆଖପାଖ ଅଂଚଳରେ ବୃକ୍ଷ ରୋପଣ କିପରି ଏକ ଜନ ଆନ୍ଦୋଳନର ରୂପ ନେଇଛି ତାର ସୂଚନା ଦେଇ ସମସ୍ତେ ଏହି ସବୁଜ ଆନ୍ଦୋଳନରେ ଝାସ ଦେବାକୁ ଶପଥ ପାଠ କରାଇଥିଲେ। ସମାଜ ସେବୀ ଲକ୍ଷ୍ମୀଧର ବିନ୍ଧାଣି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ୧୯୫୦ ମସିହାରୁ ଚଳିତ ଏହି ବନମହୋତ୍ସବ କୁ ବସ୍ତବାବର କିପରି ଫଳପ୍ରଦ ହୋଇ ପାରିବ, ଗଛ ଲଗେଇ ବଞ୍ଚେଇ ହେବ ସେଥିପ୍ରତି ସମସ୍ତେ ଯତ୍ନଶୀଳ ହେବା ଜରୁରୀ ବୋଲି ଗୁରୁତ୍ୱାରୋପ କରାଯାଇଥିଲା। ଅନ୍ୟତମ ଅତିଥି ଭାବେ ରବୀନ୍ଦ୍ର ମଲ୍ଲିକ, ସାଲେଗ୍ରାମ ପ୍ରଧାନ, ଅମରେଶ୍ୱର ସ୍ୱାଇଁ, ଉମାକାନ୍ତ ଅର୍କ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣରେ ସହଯୋଗ କରିଥିଲେ। ଏହା ପରେ ୫୦ ଟି ବିଭିନ୍ନ ପ୍ରଜାତିର ଚାରା ସ୍କୁଲ ପରିସର ଓ ହଷ୍ଟେଲ ପଡିଆରେ ରୋପଣ କରାଯାଇଥିଲା। ଏଥିରେ ବିଦ୍ୟାଳୟର ପୂର୍ବତନ ଭାରାପ୍ରାପ୍ତା ଅଧ୍ୟକ୍ଷା ଜ୍ୟୋତିର୍ମୟୀ ଜ୍ୟୋତ୍ସ୍ନା ଦାଶ, ଅଧ୍ୟାପିକା ତୃପ୍ତି ପଟେଲ, ଅଧ୍ୟାପିକା ଉପମା ନାଏକ, ଫରେଷ୍ଟର ଶିଶିର ସାମଲ, ବନ କର୍ମଚାରୀ, ବିଦ୍ୟାଳୟ କର୍ମଚାରୀ ଏବଂ ଛାତ୍ରିଛାତ୍ର ମାନେ ଉପସ୍ଥିତ ରହି ଚାରା ରୋପଣ କରିଥିଲେ। ଶେଷରେ ରେଞ୍ଜର ଲକ୍ଷ୍ମୀ ନାରାୟଣ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ