Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଇଓ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା।

ଲକ୍ଷ୍ମୀପୁର ୦୪।୦୭ ..
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତୋୟାପୁଟ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦିବାକର ନନ୍ଦ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଦୀର୍ଘ ତିରିଶି ବର୍ଷ ଧରି କାର୍ଯ୍ୟ କରିବା ପରେ ଆଜି ନିଜ ଚାକିରି ଜୀବନରୁ ସେ ଅବସର ଗ୍ରହଣ କରିଛନ୍ତି।ଏନେଇ ସ୍ଥାନୀୟ ବାସନ୍ତୀ କଲ୍ୟାଣ ମଣ୍ଡପ ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି।ସଭାରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଗୁରେଶ୍ୱର୍ ଭୋଇ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ ଏମ.ପବନ କୁମାର୍,ଜିପିଇଓ ସୁଧିର ବେହେରା ମଞ୍ଚାଶିନ ରହି ଶ୍ରୀଯୁକ୍ତ ନନ୍ଦଙ୍କୁ ଉଚ୍ଚ ପ୍ରଶଂସା କରି ଉପଢ଼ୌକନ ସହ ମାନ ପତ୍ର ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।୧୯୮୬ ମସିହାରେ ଭିଏଲ୍ ଡବ୍ଲ୍ୟୁ ଭାବେ ଚାକିରୀ ଜୀବନ ଆରମ୍ଭ କରି ୨୦୨୪ ରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ ଅବସର ଗ୍ରହଣ କରିଥିଲେ।ଦୀର୍ଘ ୩୮ ବର୍ଷ ଧରି ନିଜ ଦାୟିତ୍ଵ ସୁଚାରୁ ରୂପେ ତୁଲାଇ ଆସିଥିବାରୁ ଆଜି ତାଙ୍କର ଏଇ ସମ୍ବର୍ଦ୍ଧନା ସଭାରେ ବ୍ଲକ୍ ର ସମସ୍ତ କର୍ମଚାରୀ,କନିଷ୍ଠ ଯନ୍ତ୍ରୀ, ନିର୍ବାହୀ ଅଧିକାରୀ ଓ ଏଡିଓ ମାନେ ଯୋଗ ଦେଇ ତାଙ୍କର ଉଜ୍ଵଳ ଭବିଷ୍ୟତ କାମନା କରିଥିଲେ।ବୁର୍ଜା ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଭିନାସ୍ ବିଡ଼ିକା ମଞ୍ଚ ପରିଚାଳନା କରିଥିବା ବେଳେ କୁଟିଙ୍ଗା ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ସାହୁ ଙ୍କ ସମେତ ଅନ୍ୟ ପଞ୍ଚାୟତ ର ପିଇଓ ଓ ଜିଆରଏସ ମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ