Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟାଳୟରେ ବଢିବ ଉପସ୍ଥାନ, ଏଣିକି ଯାତାୟତ ଖର୍ଚ୍ଚ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ବିଦ୍ୟାଳୟରେ ଉପସ୍ଥାନ ବଢାଇବା ପାଇଁ ରାଜ୍ୟ ସରକାରଙ୍କ ନିଆରା ବ୍ୟବସ୍ଥା। ପିଲାଙ୍କର ସ୍କୁଲ ଯିବାର ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ୩୦ ଜିଲ୍ଲାର ୩୫ ହଜାର ୭୬ ଜଣ ଛାତ୍ରଛାତ୍ରୀଙ୍କୁ ମିଳିବ ଏହି ସୁବିଧା । ଯାତାୟାତ ବାବଦର ବାଟ ଖର୍ଚ୍ଚ ଛାତ୍ରଛାତ୍ରୀଙ୍କୁ ଦିଆଯିବ । ଏଥିପାଇଁ ଛାତ୍ର-ଛାତ୍ରୀଙ୍କ ପାଇଁ ସର୍ତ୍ତ ରହିଛି ।

ସୂଚନାଯୋଗ୍ୟ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ସରକାରୀ ବିଦ୍ୟାଳୟ ଜନବସତିରୁ ବହୁ ଦୂର ଥିବାରୁ ଛାତ୍ରଛାତ୍ରୀମାନେ ଅଧାରେ ପାଠପଢା ଛାଡ଼ିଦିଅନ୍ତି। ଫଳରେ ରାଜ୍ୟରେ ଡ୍ରପ ଆଉଟ୍ ହାର ଜାତୀୟସ୍ତରରେ ସର୍ବାଧିକ ରହିଛି, ଯାହା ଲଜ୍ଜାକର ବିଷୟ । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ନିଆରା ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି। ଉପସ୍ଥାନ ବଢ଼ାଇବା ପାଇଁ ଏଣିକି ପିଲାଙ୍କ ସ୍କୁଲ ଯାତାୟତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଯଦି ୧ କିଲୋମିଟରରୁ ଅଧିକ ଯିବାକୁ ପଡ଼ୁଥିବ ତେବେ ସେହି ଛାତ୍ରଛାତ୍ରୀ ଅର୍ଥରାଶି ପାଇବେ।

ସେହିପରି ଉଚ୍ଚ ପ୍ରାଥମିକରେ ପାଠ ପଢୁଥିବା ଛାତ୍ରଛାତ୍ରୀ ୩ କିଲୋମିଟର ଓ ଉଚ୍ଚ ବିଦ୍ୟାଳୟ ସ୍କୁଲର ଛାତ୍ରଛାତ୍ରୀ ୫ କିଲୋମିଟରରୁ ଅଧିକ ଦୂରତାର ବିଦ୍ୟାଳୟ ଯାଉଥିଲେ ସରକାର ଯାତାୟତ ଖର୍ଚ୍ଚ ବହନ କରିବେ। ଏହି ବାବଦକୁ ବର୍ଷକୁ ଜଣେ ଛାତ୍ର ୬ହଜାର ଟଙ୍କା ପାଇବେ। ବିଦ୍ୟାଳୟରେ ୭୫ ପ୍ରତିଶତରୁ ଅଧିକ ଉପସ୍ଥାନ ହେଲେ ଏହି ଅର୍ଥରାଶି ପାଇବାକୁ ଛାତ୍ରଛାତ୍ରୀ ଯୋଗ୍ୟ ହେବେ ବୋଲି ଓସେପା ଅଧିକାରୀ କହିଛନ୍ତି ।