Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍କୁଲ ଶିକ୍ଷାର୍ଥୀଙ୍କୁ ଏଥର ମିଳିବ ପରିବହନ ଖର୍ଚ

ଭୁବନେଶ୍ୱର:ସ୍କୁଲ ଠାରୁ ଦୂରରେ ପାଠ ପଢୁଥିବା ଶିକ୍ଷାର୍ଥୀଙ୍କ ପରିବହନ ଖର୍ଚ ସରକାର ଦେବାକୁ ନିଷ୍ପତ୍ତି ନେଇଛନ୍ତି।ପିଲାଙ୍କ ଉପସ୍ଥାନ ବୃଦ୍ଧି ପାଇଁ ଯାତାୟାତ ଖର୍ଚ୍ଚ ଦେବେ ଓଡ଼ିଶା ସରକାର। ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଓସେପା ପକ୍ଷରୁ ଏନେଇ ଚିଠି କରାଯାଇଛି। ସୂଚନା ଅନୁଯାୟୀ, ୩୦ ଜିଲ୍ଲାର ୩୫ ହଜାର ୭୬ ଜଣ ଛାତ୍ରଛାତ୍ରୀ ପାଇବେ ସୁବିଧା। ସରକାରୀ ବିଦ୍ୟାଳୟ ଜନବସତିରୁ ବହୁ ଦୂରରେ ଥିବାରୁ ପିଲାମାନେ ଅଧାରୁ ପାଠପଢ଼ା ଛାଡ଼ିଛନ୍ତି। ଉପସ୍ଥାନ ବଢ଼ାଇବା ପାଇଁ ସ୍କୁଲ ଯାତାୟାତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର।ଫଳରେ ସରକାରୀ ସ୍କୁଲରେ ଶିକ୍ଷାର୍ଥୀ ଉପସ୍ଥାନ ବୃଦ୍ଧି ହେବା ସହିତ ଡ୍ରପ ଆଉଟ୍ କୁ ସରକାର ରୋକିବା ପାଇଁ ଏଭଳି ନିଷ୍ପତ୍ତି ଆପଣେଇଛନ୍ତି।