ରାତି ପାହିଲେ ରଥଯାତ୍ରା, ପୁରୀରେ କେମିତି ରହିବ ପାଗ, ଜାଣନ୍ତୁ


ଭୁବନେଶ୍ୱର: ରାତି ପାହିଲେ ପବିତ୍ର ଘୋଷଯାତ୍ରା । ରଥ ପଥ ସବୁ ପ୍ରସ୍ତୁତ । ବଡ ଦାଣ୍ଡକୁ ବଡ ଭାଇ ବଳଭଦ୍ର ସୁଭଦ୍ରାକୁ ଧରି ଓହ୍ଲାଇ ଆସିବେ କଳା ଠାକୁର। ବଡ଼ଦେଉଳରୁ ବଡ଼ଦାଣ୍ଡ ଭକ୍ତ ଗହଳିରେ ଉଛୁଳି ପଡ଼ିଲାଣି । ତେବେ ଆସନ୍ତାକାଲି ପୁରୀରେ କିଭଳି ରହିବ ପାଣିପାଗ? ତାହା ଉପରେ ସଭିଙ୍କ ନଜଜ ରହିଛି। ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି । ସେ କହିଛନ୍ତି ଆସନ୍ତାକାଲି ପୁରୀରେ ସକାଳ ୯ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ରହିବ ।

ତେବେ ପୁରୀରେ ପ୍ରବଳ ବର୍ଷା ହେବ ନାହିଁ। ସେହିପରି ରାଜ୍ୟରେ ଆଗାମୀ ୫ ଦିନ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ। ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ । କାଁ ଭାଁ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ମାଲକାନଗିରି, କୋରାପୁଟ , ଗଜପତି, ମୟୁରଭଂଜ, କେନ୍ଦୁଝରରେ ପ୍ରବଳ ବର୍ଷା ହେବ । ୭ ତାରିଖରେ ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିବ। ୮ ତାରିଖ ପରେ କମିପାରେ ବର୍ଷାର ପରିମାଣ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।