Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜବରଦଖଲ ହଟାଇବାକୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ବର:ଜବରଦଖଲ ହଟାଇବାକୁ ସରକାର ଦେଲେ ନିର୍ଦ୍ଦେଶ।ସରକାରୀ ଜମି ଜବରଦଖଲ ରୋକିବାକୁ ରାଜ୍ୟ ସରକାର ନେଇଛନ୍ତି ବଡ ପଦକ୍ଷେପ।ଏଥିନେଇ ରାଜ୍ୟ ୩୦ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ ରାଜସ୍ୱ ସଚିବ।
ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜବରଦଖଲକୁ ନେଇ ଉଦ୍‌ବେଗ ପ୍ରକାଶ କରି ସରକାର ଏଭଳି ପଦକ୍ଷେପ ନେଇଛନ୍ତି।
ଉନ୍ନୟନମୂଳକ କାମ ପାଇଁ ଜମି ଦେବାରେ ଜବରଦଖଲ ବାଧକ ସାଜୁଥିବାରୁ ସରକାରୀ ଜମି ଚିହ୍ନଟ କରି ଜବରଦଖଲ ହଟାଇବାକୁ ଯୁଦ୍ଧ କାଳିନ ଭିତ୍ତିରେ ଜିଲ୍ଲା ପ୍ରଶାସନ ଲାଗିପଡିବେ।ଏହାର ସର୍ଭେ କରି ତୁରନ୍ତ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ସଚିବ।ଏହାକୁ ନେଇ ଜବରଦଖଲ କାରୀଙ୍କ ମଧ୍ୟରେ ଛାନିଆଁ ପଶିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ