Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଦୁଇ ଅଭିଯୁକ୍ତ ଅର୍ଜୁନ ବଗର୍ତ୍ତୀ ଓ ନକୁଳ ପ୍ରଧାନଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଧର୍ମଗଡ଼: ଗଞ୍ଜେଇ ଚୋରାଚାଲାଣ ମାମଲାରେ ଧର୍ମଗଡ଼ ସ୍ଥିତ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଅଦାଲତ ଦୁଇ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ପ୍ରତ୍ୟେକଙ୍କୁ ୧ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ଦଣ୍ଡ ଶୁଣାଇଛନ୍ତି। ସୁଚନା ଅନୁଯାୟୀ ଗତ ୨୦୨୨ ଜାନୁୟାରୀ ରେ କଳାହାଣ୍ଡି ଜିଲ୍ଲା ଜୁନାଗଡ ପୋଲିସ ସନ୍ଦେହ ରେ ଏକ ୟୁପି ନମ୍ବର ଥିବା ବସକୁ ଅଟକ ରଖିଥିଲା । ଯାଞ୍ଚ ବେଳେ ବସରୁ ୭୬୮ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ହୋଇଥିଲା ।ତଦନ୍ତ ସମୟରେ ଏହା ପଡୋଶୀ ଜିଲ୍ଲା ନବରଙ୍ଗପୁର ରୁ ଉତ୍ତର ପ୍ରଦେଶକୁ ଚାଲାଣ କରାଯାଉଥିବା ପୋଲିସ ଜାଣିପାରିଥିଲା । ଜୁନାଗଡ଼ ପୋଲିସ ଏହି ମାମଲାରେ ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲାର ଅର୍ଜୁନ ବଗର୍ତ୍ତୀ ଓ ନକୂଳ ପ୍ରଧାନ କୁ କେଶ ନମ୍ବର ୪୫ ତା. ୨୬.୦୧.୨୦୨୨ NDPS ଧାରାରେ କୋର୍ଟ ଚାଲାଣ କରିଥିଲେ। ସମସ୍ତ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ମାନ୍ୟବର ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ବନ୍ଦନା କର ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲାର ଅର୍ଜୁନ ବଗର୍ତ୍ତୀ ଓ ନକୂଳ ପ୍ରଧାନ କୁ ଦଶ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ଜଣପିଛା ଏକଲକ୍ଷ ଟଙ୍କା ଅର୍ଥଦଣ୍ଡାଦେଶ ଶୁଣାଇଛନ୍ତି । ଅର୍ଥ ଭରଣା ନକଲେ ଆହୁରି ଏକ ବର୍ଷ ଜେଲ ଦଣ୍ଡାଦେଶ ପାଇଁ ରାୟ ଶୁଣାଇଛନ୍ତି । ଏହି ମାମଲାକୁ ସରକାରୀ ଓକିଲ ଧୀରେନ୍ଦ୍ର ନାଥ ପାତ୍ର ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ