ଅଡୁଆରେ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ଓ ରୁକୁ ସୁନା, ଏଫଆଇଆର ରୁଜୁ


ଭୁବନେଶ୍ୱର: ପୁଣି ଥରେ ବିବାଦରେ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର। ତାଙ୍କ ସହ ଅଡ଼ୁଆରେ ପଡ଼ିବାକୁ ଯାଉଛନ୍ତି କଣ୍ଠଶିଳ୍ପୀ ରୁକୁ ସୁନା । ପ୍ରଭୁ ଜଗନ୍ନାଥଙ୍କ ଭଜନକୁ କଦର୍ଥ କରିବା ଘଟଣାରେ ଉଭୟଙ୍କ ନାଁରେ ମାମଲା ରୁଜୁ ହୋଇଛି। ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ନାଁରେ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି।  ଅଭିଯୋଗ କରିଛନ୍ତି  ମାନବାଧିକାର କର୍ମୀ ଶିବ ସୁନ୍ଦର ସ୍ଵାଇଁ।

ସାମାଜିକ ଗଣମାଧ୍ୟମରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଉଭୟ ହ୍ୟୁମାନ ସାଗର ଓ ରୁକୁ ସୁନା ଜଗନ୍ନାଥଙ୍କ ଭଜନକୁ ଅଶ୍ଳୀଳ ଭାବରେ ଗାଇବା ଶୁଣିବାକୁ ମିଳିଛି ।  ଏପରି କାର୍ଯ୍ୟ  ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ  ଆଘାତ ଦେଇଛି । ସାମାଜିକ ଗଣମାଧ୍ୟମରେ ଉଭୟଙ୍କ ନାଁରେ ଆକ୍ରୋଶ ଦେଖିବାକୁ ମିଳିଛି। କେବଳ ଏହି ଦୁଇଜଣଙ୍କ ବିରୋଧରେ ନୁହେଁ ଯେଉଁମାନେ ଏହି ଭିଡିଓରେ ଦେଖାଯାଉଛନ୍ତି ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି ।

ଏହାସହ ଯେଉଁ ଷ୍ଟୁଡିଓରେ ଏହି ଗୀତ ରେକର୍ଡ ହୋଇଛି ତାହା ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକ ରହିଛି ବୋଲି ଅଭିଯୋଗକାରୀ କହିଛନ୍ତି। ଏପରିକି ତାଙ୍କୁ ବ୍ୟାନ କରିବା ଦରକାର ବୋଲି ମଧ୍ୟ ଦାବୀ ହୋଇଛି ।