Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁଲାଇ ୧୪ରେ ଖୋଲିବ ରତ୍ନଭଣ୍ଡାର !

ପୁରୀ: ରତ୍ନଭଣ୍ଡାର କେବେ ଖୋଲାଯିବ ତାକୁ ନେଇ ଲାଗି ରହିଥିବା ଚର୍ଚ୍ଚା ଓ କଳ୍ପନା ଜଳ୍ପନାର ଅନ୍ତ ଘଟିପାରେ । ଜୁଲାଇ ୧୪ ତାରିଖରେ ଖୋଲିପାରେ ରତ୍ନଭଣ୍ଡାର । ଏନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ। ରାଜ୍ୟ ସରକାରଙ୍କ ଅନୁମତି ମିଳିବା ପରେ ଉକ୍ତ ଦିନ ରତ୍ନ ଭଣ୍ଡାର ଖୋଲାଯିବ ବୋଲି ଆଜି ସୂଚନା ଦେଇଛନ୍ତି ଜଷ୍ଟିସ୍ ବିଶ୍ୱନାଥ ରଥ।

ସେ କହିଛନ୍ତି, ସରକାରଙ୍କୁ ନିଷ୍ପତ୍ତି ବିଷୟରେ ଜଣାଇ ଦିଆଯିବ। ବିବରଣୀ ପରିଚାଳାନ କମିଟିକୁ ଦିଆଯିବ । ଏହା ପରେ ପରିଚାଳନା କମିଟି ସରକାରଙ୍କ ପାଖକୁ ଯିବ। ସରକାରଙ୍କ ରାଜ୍ୟ ସରକାରଙ୍କ ତରଫରୁ ଅନୁମତି ମିଳିବା ପରେ ଯେକୌଣସି ପ୍ରକାରେ ୧୪ ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବ। ସରକାର ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ଲାଗି ଅନୁମତି ଦେବେ ବୋଲି ଆଶା କରୁଛୁ। ଚାବି କାମ କରୁ କି ନ କରୁ ତାଲା ଖୋଲାଯିବ। ଏଥିଲାଗି ସଂପୂର୍ଣ୍ଣ ଏସଓପି ପ୍ରସ୍ତୁତ ହୋଇଛି। ସରକାର ଅନୁମତି ଦେଲେ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବୁ।

ଜଷ୍ଟିସ ବିଶ୍ୱନାଥ ଏହା ମଧ୍ୟ କହିଛନ୍ତି, ୧୪ ତାରିଖରେ ପ୍ରଶାସନ ଚାବି କମିଟିକୁ ହସ୍ତାନ୍ତର କରିବ। ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତର ଲାଗି ନିର୍ଦ୍ଧାରିତ ସ୍ଥାନ ଠିକ୍ କରାଯାଇଛି। ତାପରେ ଗଣତିମଣତି କରାଯିବ। ଏଥିପାଇଁ ଗହଣା ଗଣତି ପାଇଁ ସରକାର ମେଟ୍ରୋଲୋଜିଷ୍ଟ ଗ୍ରୁପ ଓ ବଣିଆ ଗ୍ରୁପଙ୍କୁ ନିଯୁକ୍ତି ଦେବେ। ଏହି ସମୟରେ ଦର୍ଶନରେ ଯେପରି କିଛି ଅସୁବିଧା ହେବ ନାହିଁ, ସେଥିପ୍ରତି ଧ୍ୟାନ ଦିଆଯିବ। ଏଣୁ ଜଷ୍ଟିସ୍ ବିଶ୍ବନାଥ ରଥ ଭକ୍ତମାନଙ୍କ ସହଯୋଗ ଲୋଡ଼ିଛନ୍ତି। ଆଜି ରତ୍ନ ଭଣ୍ଡାର କମିଟିର ଦ୍ୱିତୀୟ ବୈଠକ ବସିଥିବା ବେଳେ ଏ ନେଇ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିବା କହିଛନ୍ତି ଜଷ୍ଟିସ ରଥ।

ଏହା ପୂର୍ବରୁ ରତ୍ନଭଣ୍ଡାର ଖୋଲାଯିବା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ କହିଥିଲେ, ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟିର ନିଷ୍ପତ୍ତି ଅନୁଯାୟୀ ରତ୍ନଭଣ୍ଡାର ଖୋଲାଯିବ। ଆଶା ଅଛି ଆଜିର ବୈଠକରେ ରତ୍ନଭଣ୍ଡାର ଖୋଲାଯିବାର ତାରିଖ ଧାର‌୍ୟ୍ୟ ହେବ। ଚଳିତ ମାସରେ ହିଁ ରତ୍ନଭଣ୍ଡାର ଖୋଲାଯିବ ଏବଂ ଗଣତି ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ