ବିଲାସପୁରରେ ଓଡିଆ କବି ସମ୍ମାନିତ


ବିଳାସପୁର:ଛତିଶଗଡ଼ ରାଜ୍ୟର ବିଲାସପୁର ଠାରେ ଥିବା ଉତ୍କଳ ବିଳାସ ସାହିତ୍ୟ ସଂସଦ ର ବାର୍ଷିକ ଉତ୍ସବ ସ୍ଥାନୀୟ ଗୁଣ୍ଡିଚା ମନ୍ଦିରର ପରିସରରେ ପାଳିତ ହୋଇଯାଇଛି ଏହି ଅବସରରେ ବିଳାସପୁରରୁ ପ୍ରକାଶିତ ପ୍ରବାସୀ ଓଡ଼ିଆ ପତ୍ରିକା ” ଉତ୍କଳ ବିଳାସ ” ବାମନ ଚନ୍ଦ୍ର ଦୀକ୍ଷିତଙ୍କ ସମ୍ପାଦନାରେ ଉନ୍ମୋଚିତ ହୋଇଥିଲା।
ଆୟୋଜିତ ଉତ୍ସବରେ ମଞ୍ଚ ପରିଚାଳନା କରିଥିଲେ ସଭାପତି କରୁଣାକର ବେହେରା ଓ ମୁଖ୍ୟ ଅତିଥି ଡ଼ା ବିନୟ କୁମାର ପାଠକ ଓ ବିଶିଷ୍ଟ ଅତିଥି ଡ଼ା ରାଘବେନ୍ଦ୍ର ଦୁବେ ଯୋଗଦେଇଥିଲେ। । ଓଡିଶାରୁ ଆସିଥିବା କବି ଡ଼ଃ ପ୍ରଦୀପ କୁମାର ପଣ୍ଡା (ସମ୍ବଲପୁର) ସୁବର୍ଣ୍ଣପୁରରୁ ଶୁଭେନ୍ଦୁ ମେହେର , ଝାରସୁଗୁଡ଼ାରୁ ବଂଶୀଧର ପଶାୟତ ଏବଂ ଡ଼ା ମଞ୍ଜୁଶ୍ରୀ ବେଦୁଲା (ଝାରସୁଗୁଡା) ଙ୍କୁ ସାହିତ୍ୟ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉପଢୌକନ ସହିତ “ସାହିତ୍ୟ ରଥୀ-୨୦୨୪ ” ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏ ଅବସରରେ
ବାମନ ଚନ୍ଦ୍ର ଦୀକ୍ଷିତଙ୍କ କାବ୍ୟସଂଗ୍ରହ ” କଥା ଓ ବ୍ୟଥା ” ଏବଂ ହିନ୍ଦୀ କାବ୍ୟଗ୍ରନ୍ଥ ” ଧୁଂଧଲି ଚାନ୍ଦନୀ ” ବହି ଉନ୍ମୋଚିତ ହୋଇଥିଲା। ସଭା ପରେ ସମ୍ବଲପୁରୀ ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଉଥିଲା ।