Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜଗା ଦର୍ଶନ ସାରି ଫେରିବା ବେଳେ ଓଲଟିଲା ଗାଡି, ୯ ଆହତ

ପୁରୀ: ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ପୁରୀ ଯାଇଥିଲା । ଶ୍ରୀଜିଉଙ୍କ ଯାତ୍ରା ଦେଖିବା ପରେ ଘରକୁ ଫେରିବା ବେଳେ ଘଟିଲା ଅଘଟଣ । ବାଟରେ ଗାଡି ଓଲଟି ପଡିବାରୁ ଚାପି ହୋଇ ୯ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣା ନିମାପଡ଼ା ଥାନା ଭାଟବନ୍ଧ ନିକଟରେ ଘଟିଛି ।
ମିଳିଥିବା ସୂଚନା ଅନୁସାରେ ବାଲିପାଟଣା ଥାନା ଅଠାନ୍ତରରୁ ୨ଟି ଗାଡିରେ ପ୍ରାୟ ୨୦ ଜଣ ବ୍ୟକ୍ତି ଜଗନ୍ନାଥଙ୍କ ଦର୍ଶନ କରିବାକୁ ପୁରୀ ଯାଇଥିଲେ । ମଙ୍ଗଳବାର ଭୋରୁ ଦର୍ଶନ ସାରି ଘରକୁ ଫେରିବା ବେଳେ ନିମାପଡା ଥାନା ଭାଟବନ୍ଧ ନିକଟରେ ଗୋଟିଏ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ସମସ୍ତ ଯାତ୍ରୀ ଗାଡି ଭିତରେ ଚାପି ହୋଇ ଯାଇଥିଲେ । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୁରୁତର ଛବି ଲତା ବାରିକଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।