Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ହଜିଲା ଝିଅର ଶବ ଉଦ୍ଧାର:ଆଶଙ୍କା ସତ ହେଲା

ଚିତ୍ରକୋଣ୍ଡା: ସିଲେରୁ ନଦୀରେ ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି।ଚିତ୍ରକୋଣ୍ଡା ସିଲେରୁ ନଦୀକୁ ଗତକାଲି ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିଲେ ଯୁବତୀ ସନ୍ଧ୍ୟାରାଣୀ ନାୟକ । ତାଙ୍କ ମୃତଦେହ ଆଜି ସିଲେରୁ ନଦୀରୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବିଭାଗ।
ହଜଲା ଝିଅକୁ ଖୋଜିବ କିଏ ଶୀର୍ଷକ ଖବରରେ ଏହି ଲେଖକ ଯାହା ଆଶଙ୍କା କରୁଥିଲା ବାସ୍ତବରେ ତାହାହିଁ ହୋଇଛି।
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସିଲେରୁ ନଦୀ ଦୁର୍ଗାମନ୍ଦିର ନିକଟସ୍ଥ ବାଲିଘାଟ ଠାରେ ଗାଧୋଇ ଯିବ‍ା ବେଳେ ଯୁବତୀ ନିଖୋଜ ହୋଇଥିଲେ।
ସନ୍ଧ୍ୟା ଘରକୁ ନଫେରିବାରୁ ଘର ଲୋକ ଖୋଜାଖୋଜି କରିବା ବେଳେ ଚିତ୍ରକୋଣ୍ଡା ବାଲିଘାଟ ନଦୀ ଠାରେ ତାଙ୍କର ଚପଲ ଦେଖି ସନ୍ଦେହ କରି ସଙ୍ଗେ ସଙ୍ଗେ ଚିତ୍ରକୋଣ୍ଡା ଥାନା ଅଧିକାରୀ ଏବଂ ଅଗ୍ନିଶମ ବିଭାଗକୁ ଜଣାଇ ଥିଲେ l ଅଭିଯୋଗ ପାଇ ତ୍ୱରିତ୍ ଅଗ୍ନିଶମ ବିଭାଗ,ଥାନା କର୍ତ୍ତୁପକ୍ଷ ଏବଂ ତହସିଲ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାସ୍ଥଳରେ ଖୋଜାଖୋଜି କରିଥିଲେ।କିନ୍ତୁ ରାତି ହୋଇ ଯାଇଥିବାରୁ ଖୋଜିବା ସ୍ଥଗିତ ରଖିଥିଲେ।ଆଜି ପୁଣି ଥରେ ଖୋଜାଖୋଜି କରିବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ମୃତ ଶବକୁ ଉଦ୍ଧାର କରିଥିଲେ।ଏହି ରାତିହିଁ ଝିଅ ପାଇଁ କାଳରାତ୍ରୀ ହୋଇପାରେ ଏଭଳି ସନ୍ଧେହ କରିଛନ୍ତି ବୁଦ୍ଧିଜୀବୀ।ଆଧୁନିକ ଯୁଗରେ ବିଜ୍ଞାନ ଏତେ ଆଗକୁ ବଢ଼ିଥିବା ବେଳେ ରାତି ପାଇଁ ପ୍ରଶାସନିକ ଭୟ କାହିଁକି ବୋଲି ଆଜି ସମାଜର ବିଭିନ୍ନ ବର୍ଗରେ ପ୍ରଶ୍ନ ଉଠିଛି।ଝିଅ ପାଇଁ ଘର ସଂସାର ଓ ସମାଜରେ ଆଦର ବଢ଼ୁଥିବା ବେଳେ ଜଣେ ଝିଅର ଜୀବନ ରକ୍ଷା ପାଇଁ ୧ ସେକେଣ୍ଡ୍ ଯଥେଷ୍ଟ ହୋଇଥିବା ବେଳେ ଖୋଜିବାକୁ ସମୟକୁ ଅପେକ୍ଷା କରିବା କେଉଁ ପ୍ରଶାସନିକ ନିତି ଓ ଦକ୍ଷତା ବୋଲି ପ୍ରଶ୍ନ ଉଠିଥିଲା।ରାତିକୁ ଭୟ କରି ପ୍ରଶାସନ ଯଦି ନୀରବଦ୍ରଷ୍ଟା ସାଜିବ ତେବେ ସରକାର ବୋଲି ଆଉ କ’ଣ ରହିଲା ? ଜୀବନ ସୁରକ୍ଷା ପ୍ରତି ସରକାରୀ କଳ ଯଦି ନିଜର ଦକ୍ଷତା ପ୍ରଦର୍ଶନ କରି ସାହାଯ୍ୟ କରିପାରିଲେନି ତେବେ ସରକାର କଣ ନିଜର ପାରଦର୍ଶିତା ଦେଖାଇଲା ବୋଲି ଯେଉଁ ପ୍ରଶ୍ନ ସାମ୍ନାକୁ ଆସିଥିଲା ତାହା ଏବେ ସତ ହୋଇ ପଦାକୁ ଆସିଲା।
ଗତକାଲି ସିଲେରୁ ନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡି ଯାଇଥିଲେ । ଗତକାଲି ଠାରୁ ଚିତ୍ରକୋଣ୍ଡା ଅଗ୍ନିଶମ ବାହିନୀ,ପୋଲିସ ଓ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ମୃତଦେହ ମିଳିନଥିଲା । ଆଜି ଚିତ୍ରକୋଣ୍ଡା ଅଗ୍ନିଶମବାହିନୀ ମୃତ ଦେହ ଉଦ୍ଧାର କରିଛି।ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।