Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଆସନ୍ତାକାଲି ଖୋଲିବ ରତ୍ନଭଣ୍ଡାର ! ଶୀଘ୍ର ଆସିବ ଏସଓପି

ପୁରୀ: ଆସନ୍ତାକାଲି ଅର୍ଥାତ ଜୁଲାଇ ୧୪ ତାରିଖରେ ଖୋଲିପାରେ ରତ୍ନଭଣ୍ଡାର । କିଏ କିଏ ଭିତରକୁ ଯିବେ ସେ ନେଇ ଏସଓପି ଆସିବା ପରେ ସ୍ପଷ୍ଟ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଜି ଏସଓପି ଆସିପାରେ ।

ସୂଚନାଯୋଗ୍ୟ, ରତ୍ନଭଣ୍ଡାର ଖୋଲିବା ନେଇ ଜୁଲାଇ ୯ ତାରିଖରେ ବୈଠକ ବସିଥିଲା । ଜୁଲାଇ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏ ନେଇ ସୂଚନା ଦେଇଥିଲେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ। ରାଜ୍ୟ ସରକାରଙ୍କ ଅନୁମତି ମିଳିବା ପରେ ଉକ୍ତ ଦିନ ରତ୍ନ ଭଣ୍ଡାର ଖୋଲାଯିବ ବୋଲି ଆଜି ସୂଚନା ଦେଇଥିଲେ ଜଷ୍ଟିସ୍ ବିଶ୍ୱନାଥ ରଥ।

ସରକାରଙ୍କ ରାଜ୍ୟ ସରକାରଙ୍କ ତରଫରୁ ଅନୁମତି ମିଳିବା ପରେ ଯେକୌଣସି ପ୍ରକାରେ ୧୪ ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବ। ଚାବି କାମ କରୁ କି ନ କରୁ ତାଲା ଖୋଲାଯିବ। ଏଥିଲାଗି ସଂପୂର୍ଣ୍ଣ ଏସଓପି ପ୍ରସ୍ତୁତ ହୋଇଛି। ସରକାର ଅନୁମତି ଦେଲେ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବୁ। ୧୪ ତାରିଖରେ ପ୍ରଶାସନ ଚାବି କମିଟିକୁ ହସ୍ତାନ୍ତର କରିବ। ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତର ଲାଗି ନିର୍ଦ୍ଧାରିତ ସ୍ଥାନ ଠିକ୍ କରାଯାଇଛି। ତାପରେ ଗଣତିମଣତି କରାଯିବ।

ଏଥିପାଇଁ ଗହଣା ଗଣତି ପାଇଁ ସରକାର ମେଟ୍ରୋଲୋଜିଷ୍ଟ ଗ୍ରୁପ ଓ ବଣିଆ ଗ୍ରୁପଙ୍କୁ ନିଯୁକ୍ତି ଦେବେ। ଏହି ସମୟରେ ଦର୍ଶନରେ ଯେପରି କିଛି ଅସୁବିଧା ହେବ ନାହିଁ, ସେଥିପ୍ରତି ଧ୍ୟାନ ଦିଆଯିବ। ଏଣୁ ଜଷ୍ଟିସ୍ ବିଶ୍ବନାଥ ରଥ ଭକ୍ତମାନଙ୍କ ସହଯୋଗ ଲୋଡ଼ିଛନ୍ତି। ଆଜି ରତ୍ନ ଭଣ୍ଡାର କମିଟିର ଦ୍ୱିତୀୟ ବୈଠକ ବସିଥିବା ବେଳେ ଏ ନେଇ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିବା କହିଥିଲେ ଜଷ୍ଟିସ ରଥ।

More Stories