Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟର ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଜମନକିରା : ଓଡ଼ିଶା ରାଜ୍ୟ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଜି ଜମନକିରା ଗସ୍ତରେ ଆସିଥିବା ବେଳେ ରାଜ୍ୟ ସାମ୍ବାଦିକ ସଂଘ (ଏସ ୟୁ ଯେ) ପକ୍ଷରୁ ସମ୍ବଲପୁର ଜିଲ୍ଲା ସଭାପତି ରବୀନ୍ଦ୍ର ପ୍ରସାଦ ଦାନୀଙ୍କ ନେତୃତ୍ୱରେ ଏକ ୧୧ ଦଫା ସମ୍ମଲିତ ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ମହାରାଷ୍ଟ ଓ ଛତିଶଗଡ଼ ଢାଂଚାରେ କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ ନିମନ୍ତେ “ସାମ୍ବାଦିକ ସୁରକ୍ଷା ଆଇନ” ପ୍ରଣୟନ, ରାଜ୍ୟରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନଙ୍କୁ ସ୍ଵାସ୍ଥ୍ୟ ବୀମା ଯୋଜନାରେ ପ୍ରଦାନ କରାଯାଉଥିବା ୨ ଲକ୍ଷ ଟଙ୍କାର ବୀମା ରାଶି କୁ “୧୦ ଲକ୍ଷ ଟଙ୍କା” କୁ ବୃଦ୍ଧି ସହିତ ଚିକିତ୍ସାର ଯାବତୀୟ ଖର୍ଚ୍ଚ କୁ ବୀମା ଅର୍ଥ ରୁ ଭରଣା କରାଯିବା, ଯେଉଁ ସାମ୍ବାଦିକ ମାନେ ୧୫ ବର୍ଷ ରୁ ଅଧିକ ଅବଧି ଧରି କାର୍ଯ୍ୟ କରିଛନ୍ତି ସେମାନେ ବିଭିନ୍ନ କାରଣରୁ ଯଥା – ରୋଗଗ୍ରସ୍ତ, ଦୁର୍ଘଟଣା ରେ ଆହତ ବା ଅକର୍ମଣ୍ୟ, ବାର୍ଦ୍ଧକ୍ୟ ଏବଂ ଅନ୍ୟାନ୍ୟ ସମସ୍ୟା ପାଇଁ କାମ କରିପାରୁ ନାହାନ୍ତି, ସେମାନଙ୍କୁ ଆଜୀବନ ସରକାର ଙ୍କ ସାମ୍ବାଦିକ କଲ୍ୟାଣ ଯୋଜନାରୁ ବାଦ୍ ଦିଆ ନଯାଇ ସମସ୍ତ ସୁବିଧା ସୁଯୋଗ ଗୁଡିକ ପ୍ରଦାନ, ସାମ୍ବାଦିକଟି ର ଅକାଳ ବିୟୋଗରେ ତା’ର ପରିବାର କୁ ପ୍ରଦାନ କରାଯାଉଥିବା ୪ ଲକ୍ଷ ଟଙ୍କାର ସହାୟତା ରାଶି କୁ ଅତି କମରେ “୨୫ ଲକ୍ଷ ଟଙ୍କା” କୁ ବୃଦ୍ଧି, ରାଜଧାନୀ ଭୁବନେଶ୍ୱର ଓ କଟକରେ ପ୍ରାୟ ସମସ୍ତ ମିଡ଼ିଆ ହାଉସ ଗୁଡ଼ିକ ସହିତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ମୁଖ୍ୟାଳୟ, ଶିକ୍ଷାନୁଷ୍ଠାନ, ଅତ୍ୟାଧୁନିକ ଚିକିତ୍ସା ସୁବିଧା ଥିବା ହସ୍ପିଟାଲ ଗୁଡିକ ରହିଥିବା ରୁ ସେଠାରେ ସାମ୍ବାଦିକ ସପରିବାର ସାମୟିକ ରହଣୀ ନିମନ୍ତେ ଏକ ବହୁତଳ ବିଶିଷ୍ଟ “ସାମ୍ବାଦିକ ଅତିଥି ଭବନ” ନିର୍ମାଣ, କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଙ୍କୁ ଅତି କମରେ ମାସିକ “୧୫ ହଜାର ଟଙ୍କା ଭତ୍ତା” ଏବଂ ଅତି କମରେ ୧୫ ବର୍ଷ କାର୍ଯ୍ୟ କରି ଅବସର ନେଇଥିବା ସାମ୍ବାଦିକ ଙ୍କୁ “୨୦ ହଜାର ଟଙ୍କା ପେନସନ” ପ୍ରଦାନ, ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ସବ-ଡିଭିଜନ, ପୌରାଞ୍ଚଳ ଏବଂ ବ୍ଲକ ସଦର ମହକୁମାରେ କମ୍ପୁଟର ଏବଂ ଇଣ୍ଟରନେଟ ସହିତ ଅନ୍ୟାନ୍ୟ ସୁବିଧା ଥାଇ “ସାମ୍ବାଦିକ ପ୍ରକୋଷ୍ଠ” ନିର୍ମାଣ, ସ୍ଵାସ୍ଥ୍ୟ ବୀମା ଓ ସାମ୍ବାଦିକ କଲ୍ୟାଣ ଯୋଜନାର କୌଣସି ନିୟମ ପରିବର୍ତ୍ତନ ନକରି କୋହଳ କରି ସରଳୀକରଣ କରିବା, ରାଜ୍ୟରେ ପ୍ରେସ ଏକାଡେମୀ ଗଠନ ଏବଂ ମିଡ଼ିଆ ହାଉସ ପରିବର୍ତ୍ତେ ସରକାର ନିଜେ ସାମ୍ବାଦିକ କୁ ଅଧିସ୍ବୀକୃତି ପ୍ରଦାନ କରିବା, ଜିଲ୍ଲା,ସବ-ଡିଭିଜନ ପୌରାଞ୍ଚଳ, ବ୍ଲକ ତଥା ପଞ୍ଚାୟତ ସ୍ତରରେ ବିଭିନ୍ନ ସରକାରୀ କମିଟିରେ ଏକାଧିକ ସାମ୍ବାଦିକ ମାନଙ୍କୁ ସଭ୍ୟ ଭାବେ ଗ୍ରହଣ କରିବା ସହ ଜମନକିରା ବ୍ଲକ ସଦର ମହକୁମାରେ ଏକ ରାଜ୍ୟ ସାମ୍ବାଦିକ ଭବନ ନିର୍ମାଣ ପାଇଁ ଅନୁଦାନ ପ୍ରଦାନ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ସହ ଦାବିପତ୍ର ପ୍ରଦାନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଜିତେନ୍ଦ୍ର କୁମାର ମୁଦୁଲି, ଅଶୋକ କୁମାର ପଟେଲ, ସତ୍ୟପ୍ରିୟ ମହାପାତ୍ର, ନରେନ୍ଦ୍ର କୁମାର ସାହୁ, ଲିପନ ନାଏକ, ମାନସ ରଞ୍ଜନ ପଳେଇ ପ୍ରମୁଖ ଦାବି ପ୍ରଦାନ ବେଳେ ସାମିଲ ଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ