Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତାକାଲି ଖୋଲାଯିବ ରତ୍ନଭଣ୍ଡାର, ଗଣତି ପାଇଁ ଆରବିଆଇର ସହାୟତା ନିଆଯିବ: ଆଇନ ମନ୍ତ୍ରୀ

ପୁରୀ: ଆସନ୍ତାକାଲି ଖୋଲାଯିବ ରତ୍ନଭଣ୍ଡାର। ଏ ନେଇ ବଡ଼ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ରତ୍ନଭଣ୍ଡାର ଖୋଲିବା ନେଇ ଏସଓପି ସରକାର ମଞ୍ଜୁର କରିଛନ୍ତି। କାଲିଠାରୁ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ ଏବଂ କ୍ରମାଗତ ଭାବେ ଚାଲିବ। କେତେବେଳେ ଖୋଲିବ ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ଵ ଦିଆଯାଇଛି। ଶୁଭ ସମୟ ଦେଖି ମୁଖ୍ୟ ପ୍ରଶାସକ ଏହାର ନିଷ୍ପତ୍ତି ନେବେ।

ରତ୍ନଭଣ୍ଡାର ଗଣତି, ମଣତି ନେଇ ଆରବିଆଇର ସହାୟତା ନିଆଯିବ। ରତ୍ନଭଣ୍ଡାର ନେଇ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଗଣତିରେ ଆରବିଆଇ ସହାୟତା ନିଆଯିବ। ସେମାନଙ୍କ ପ୍ରତିନିଧି ଉପସ୍ଥିତ ରହିବେ। ରିଜର୍ଭ ବ୍ୟାଙ୍କ ପ୍ରତିନିଧି ଆମ ଟିମ୍‌କୁ ସହାୟତା ଦେବେ। ସ୍ଵଚ୍ଛତାର ସହ ପ୍ରକ୍ରିୟ ପରିଚାଳନା କରିବା ମୁଖ୍ୟ ପ୍ରଶାସକଙ୍କ ଦାୟିତ୍ଵ।

ଅଳଙ୍କାରର ସଂଖ୍ୟା, ମାନ ଏବଂ ଓଜନ ନିର୍ଦ୍ଧାରଣ କରାଯିବ। ଅଳଙ୍କାର ଗୁଡ଼ିକର ଡିଜିଟାଲ୍ ଫଟୋଗ୍ରାଫି କରାଯିବ। ଫଟୋଗ୍ରାଫି କରାଯାଇ ଏକ ଡିଜିଟାଲ୍ କାଟାଲଗ୍ ତିଆରି ହେବ। ଆଗାମୀ ଦିନ ପାଇଁ ଏହା ଏକ ରେଫରେନ୍ସ ଡକ୍ୟୁମେଣ୍ଟ ଭାବେ ରହିବ। ଏହା ପୂର୍ବରୁ ଆଜି ରାଜ୍ୟ ସରକାର ଶ୍ରୀମନ୍ଦିର ପ୍ରଶାସନକୁ ଏସଓପି ପ୍ରଦାନ କରିଛନ୍ତି। ଏହି ଏସଓପି ଜଷ୍ଟିସ ବିଶ୍ଵନାଥ ରଥଙ୍କ ନେତୃତ୍ଵାଧୀନ ୧୬ ଜଣିଆ କମିଟି ପ୍ରସ୍ତୁତ କରିଛନ୍ତି।

ଗହଣା ଗଣତି ପାଇଁ ସରକାର ମେଟ୍ରୋଲୋଜିଷ୍ଟ ଗ୍ରୁପ ଓ ବଣିଆ ଗ୍ରୁପଙ୍କୁ ନିଯୁକ୍ତି ଦେବେ। ଏହି ସମୟରେ ଦର୍ଶନରେ ଯେପରି କିଛି ଅସୁବିଧା ହେବ ନାହିଁ, ସେଥିପ୍ରତି ଧ୍ୟାନ ଦିଆଯିବ।