Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ବ୍ଲକ ବିଭିନ୍ନ ବିଭାଗର ସମୀକ୍ଷା ବୈଠକ….ମୋ ପାଖକୁ ଯେମିତି କୌଣସି ଅଭିଯୋଗ ନଆସେ ସେଥିପ୍ରତି ଯତ୍ନବାନ ହେବେ…ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ନାଏକ

ଜମନକିରା : ଗ୍ରାମ ଉନ୍ନୟନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସମ୍ବଲପୁର ଗସ୍ତରେ ଆସି ଆଜି ଜମନକିରା ବ୍ଲକ ବିଭିନ୍ନ ପଂଚାୟତ ବୁଲିବା ସହିତ ଆଜି ଅପରାହ୍ନରେ ଜମନକିରା ବ୍ଲକ ସଭାଗୃହରେ ବିଭିନ୍ନ ବିଭାଗର ସମୀକ୍ଷା କରିଥିଲେ। ଏଇ ସମୀକ୍ଷା ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ମନ୍ତ୍ରୀ ରବିନାରାୟଣ ନାଏକ ଭାବେ ଯୋଗ ଦେଇ ସମୀକ୍ଷା କରିଥିଲେ। ତେବେ ସମସ୍ତ ଅଧିକାରୀ ଙ୍କୁ ଚରମ ବାଣୀ ସୁଣେଇକି କହିଥିଲେ ଯେପରି ସାଧାରଣ ଲୋକଙ୍କ ଅସୁବିଧା ନହୁଏ, ମୋ ପାଖକୁ କୌଣସି ଅଭିଯୋଗ ନଆସେ ସେଥିପ୍ରତି ଧ୍ୟାନ ଦେଇଥିବେ ବୋଲି କହିଥିଲେ। ଯଦି ସେଭଳି ଅସୁବିଧା ମୁଁ ଶୁଣେ ତାହେଲେ ବରଦାସ୍ତ କରାଯିବ ନାହିଁ ବୋଲି ଅଧିକାରୀଙ୍କୁ ସ୍ପଷ୍ଟ ସୁଣେଇ ଦେଇଥିଲେ। ବିଡ଼ିଓ ସୁଶ୍ରୀ ରୀନା ନାଏକ ସମୀକ୍ଷା ବୈଠକକୁ ପରିଚାଳନା କରିଥିବା ବେଳେ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ରାଜସ୍ବ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ମୃତ୍ତିକା ସଂରକ୍ଷଣ, ଉଦ୍ୟାନ ବିଭାଗ, କୃଷି, ପାନୀୟ ଜଳ, ଉନ୍ନୟନ ଆଦି ଜମନକିରା ବ୍ଲକ ବିଭିନ୍ନ ବିଭାଗର ଅଧିକାରୀ ଗଣ ଯୋଗ ଦେଇଥିଲେ।ସମୁଦାୟ ବ୍ଲକ ରେ କେତୋଟି ଗାଁ କୁ ରାସ୍ତା ସଂଯୋଗ ହୋଇନାହିଁ,ପାଣି ସମସ୍ୟା କେଉଁ କେଉଁ ଗ୍ରାମ ରେ ଅଛି, ବ୍ଲକରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ କେତେ ହିତାଧିକାରୀ ବଞ୍ଚିତ ଅଛନ୍ତି, ଏସବୁ ର ତର୍ଜମା କରି ରିପୋର୍ଟ ଦେବାପାଇଁ ବିଭାଗୀୟ ଅଧିକାରୀଙ୍କୁ ଆଦେଶ ଦେଇଥିଲେ। ଶେଷରେ ଏପିଓ ମନୋଜ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ