Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶରଧା ମହାନଦୀ ଡଙ୍ଗାଘାଟରେ ଦୁଇ ବଣୁଆ ହାତୀ

ଝାରସୁଗୁଡା ୧୪/୭ (ଓଡ଼ିଶା ନ୍ୟୁଜ) ଛତିଶଗଡ଼ ରାୟଗଡ ଜିଲ୍ଲା ପୁଷୌର ବ୍ଲକ ଛପରା ଦେଇ ବେଳପାହାଡ଼ ରେଞ୍ଜ କନକତୋରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଧୁଲୁଣ୍ଡା ଗ୍ରାମ୍ୟ ଜଙ୍ଗଲକୁ ଗତ ଗୁରୁବାର ରାତିରେ ଦୁଇଟି ବଣୁଆ ହାତୀ ଚାଲି ଆସିଥିଲେ । ଶୁକ୍ରବାର ଦିନ ସାରା ସେହି ଜଙ୍ଗଲ ଭିତରେ ରହିବା ପରେ ସନ୍ଧ୍ୟାରେ ବାହାରି ଧୁଲୁଣ୍ଡା ବସଷ୍ଟାଣ୍ଡ ବାଟ ଦେଇ ପିଥିଣ୍ଡା ପଞ୍ଚାୟତ ଭଦ୍ରାପାଲି ଗାଁ ନିକଟକୁ ଚାଲି ଆସିଥିଲେ । ବନ ବିଭାଗର କର୍ମଚାରୀ ମାନେ ବାଣ ଫୁଟାଇ ଘଉଡ଼ାଇବା ପରେ ପୁଣି ଦୁଇ ହାତୀ ଜଙ୍ଗଲ ଭିତରକୁ ପଶି ଯାଇଥିଲେ । କିନ୍ତୁ ଶନିବାର ଭୋର ପ୍ରାୟ ୫ ଟା ସମୟରେ ଧୁଲୁଣ୍ଡା ଜଙ୍ଗଲରୁ ବାହାରି ରେମତା, ଚିଖିଲି ଗାଁ ଦେଇ ଶରଧା ଡଙ୍ଗାଘାଟ ମହାନଦୀ କୂଳରେ ଥିବା ବଡ଼ ବଡ଼ ଘାସ ଭିତରେ ଦୁଇ ହାତୀ ସନ୍ଧ୍ୟା ସୁଦ୍ଧା ରହିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ବେଳପାହାଡ଼ ରେଞ୍ଜର ଶର୍ମିଳୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କନକତୋରା ବନପାଳ ଲଳିତ ଅଢା,କଦମଡ଼ିହି ବନପାଳ ବୋଧରାମ ରୋହିଦାସ, ଲଖନପୁର ବନପାଳ ସରୋଜ ଖମାରୀ, ବେଳପାହାଡ଼ ବନପାଳ ସରୋଜ ଭୋଇ, ବାଘମୁଣ୍ଡା ବନପାଳ ସୁରେଶ ତରେଇଙ୍କ ସମେତ ବନରକ୍ଷୀ ଶିବ ମୁଣ୍ଡା, ମାନସ ପଟେଲ, ରାଜେନ୍ଦ୍ର ସାହୁ ପ୍ରମୁଖ ବନ ବିଭାଗର କର୍ମଚାରୀ ମାନେ ହାତୀ ମାନଙ୍କ ଗତିବିଧି ଉପରେ ଦୃଷ୍ଟି ରଖିବା ସହିତ ସ୍ଥାନୀୟ ଜନ ସାଧାରଣଙ୍କୁ ଟିକିଏ ସତର୍କ ରହିବାକୁ ଅନୁରୋଧ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ବଣୁଆ ହାତୀ ଦ୍ବୟ କାହାରି କୌଣସି ପ୍ରକାର କ୍ଷୟକ୍ଷତି କରି ନ ଥିବା ବେଳପାହାଡ଼ ରେଞ୍ଜର ଶର୍ମିଳୀ ନାୟକ ପ୍ରକାଶ କରିଛନ୍ତି ।