ରତ୍ନଭଣ୍ଡାର ଖୋଲିବା ପାଇଁ ଲୋକନାଥ ମନ୍ଦିରରୁ ଆସିଲା ଆଜ୍ଞା ମାଳ

ପୁରୀ: ରତ୍ନଭଣ୍ଡାର ଖୋଲିବା ପାଇଁ ଲୋକନାଥଙ୍କ ପାଖରୁ ଶ୍ରୀମନ୍ଦିରକୁ ଆସିଲା ଆଜ୍ଞା ମାଳ। ରତ୍ନ ଭଣ୍ଡାର ଖୋଲିବା ପୂର୍ବରୁ ପ୍ରଭୁ ଲୋକନାଥଙ୍କ ପାଖରେ ବ୍ରାହ୍ମଣଙ୍କ ଦ୍ଵାରା ଚାଲିଥିଲା ସ୍ଵତନ୍ତ୍ର ପୂଜାର୍ଚ୍ଚନା। ଅଭିଷେକ ଓ ଜପ ପୂଜାର୍ଚ୍ଚନା ସରିବା ପରେ ବୈଦିକ ବ୍ରାହ୍ମଣ ମାନେ ଆଜ୍ଞାମାଳ ନେଇ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ । କୁହାଯାଏ ରତ୍ନ ଭଣ୍ଡରେକୁ ବାସୁକି ନାଗ ସୁରକ୍ଷା ଦେଇଥାନ୍ତି। ଆଜ୍ଞାମାଳ ଦ୍ଵାରା ସେ ସେଠାରୁ ବିରତ ହେବେ ଓ ରତ୍ନ ଭଣ୍ଡାର ଖୋଲିବା କାର୍ଯ୍ୟ ସୁରୁଖୁରୁରେ ସମାପନ ହେବା
ରତ୍ନଭଣ୍ଡାରର ୧ଟା ୨୮ ସୁଦ୍ଧା ତାଲା ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ । ମୁଖ୍ୟ ପ୍ରଶାସକ ଟ୍ରେଜେରୀରୁ ଚାବି ମଗାଇଛନ୍ତି । ରତ୍ନଭଣ୍ଡାର ଭିତରକୁ ମୋଟ୍ ୧୧ ଜଣ ସଦସ୍ୟ ଯିବେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏଏସଆଇ ଅଧିକ୍ଷକ, ରତ୍ନଭଣ୍ଡାର ସବ କମିଟିର ଜଣେ, ହାଇଲେବୁଲ କମିଟିର ୨ ସଦସ୍ୟ, ଗଜପତି ମହାରାଜଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢାଉ କରଣ ଓ ଦେଉଳ କରଣ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି ।
ସେ କହିଛନ୍ତି, ରତ୍ନଭଣ୍ଡାର ଖୋଲିବା ବେଳେ ସାମୟିକ କଟକଣା ରହିବ। ସିଂହଦ୍ୱାରକୁ ଛାଡ଼ି ବାକି ଦ୍ୱାର ବନ୍ଦ ରହିବ। ଯେଉଁମାନେ ସେବା ଓ ପୂଜା ପାଇଁ ଅଧିକୃତ ସେମାନଙ୍କୁ ଛଡ଼ାଯିବ। କମିଟିର ସଦସ୍ୟ ଯିବା ବେଳେ ବି ଯାଞ୍ଚ କରାଯିବ। ବେହରଣ ଦ୍ୱାର ନିକଟରେ ସେମାନଙ୍କୁ ଯାଞ୍ଚ କରାଯିବ।