ବହୁ ପ୍ରତୀକ୍ଷାର ଅନ୍ତ, ଖୋଲିଲା ଶ୍ରୀମନ୍ଦିରର ରତ୍ନଭଣ୍ଡାର

ପୁରୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ନିର୍ଦ୍ଧାରିତ ସମୟ ଦିନ ୧ଟା ୨୮ରେ ଖୋଲିଲା ଶ୍ରୀମନ୍ଦିରର ରତ୍ନଭଣ୍ଡାର । ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ଇଚ୍ଛା ପୂରଣ ହୋଇଛି । ପ୍ରଥମେ ବାହାର ରତ୍ନ ଭଣ୍ଡାର ଖୋଲା ଯାଇଥିବା ସୂଚନା ମିଳିଛି । ବାହାର ରତ୍ନ ଭଣ୍ଡାର ପରେ ଭିତର ରତ୍ନ ଭଣ୍ଡାର ଖୋଲାଯିବ । ଭିତର ରତ୍ନ ଭଣ୍ଡାର ତାଲା ଖୋଲିବାକୁ ଉଦ୍ୟମ ଆରମ୍ଭ ହୋଇଛି ।
ରତ୍ନଭଣ୍ଡାର ଭିତରକୁ ଯାଇଛନ୍ତି ୧୧ ଜଣ ସଦସ୍ୟ। ମୋଟ୍ ୧୧ ଜଣ ସଦସ୍ୟ ଭାବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏଏସଆଇ ଅଧିକ୍ଷକ, ରତ୍ନଭଣ୍ଡାର ସବ କମିଟିର ଜଣେ, ହାଇଲେବୁଲ କମିଟିର ୨ ସଦସ୍ୟ, ଗଜପତି ମହାରାଜଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢାଉ କରଣ ଓ ଦେଉଳ କରଣ ମନ୍ଦିରକୁ ପ୍ରବେଶ କରିଛନ୍ତି ।
ତେବେ ଆଜି ଗଣତି ହେବନି, ଖାଲି ରତ୍ନଭଣ୍ଡ।।ର ଖୋଲଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ସେ କହିଛନ୍ତି, ଆଜି ଅଳଙ୍କାରର ଗଣତି ହେବନି, ଖାଲି ଯାଞ୍ଚ ହେବ । ଭିତର ରତ୍ନଭଣ୍ଡାରର ସୁରକ୍ଷା ଆମର ପ୍ରାଥମିକତା । ଭିତର ରତ୍ନଭଣ୍ଡାରର ମରାମତି ପରେ ଗଣତି କାମ ହେବ । ତେଣୁ ଆଜି ଗଣତି ହେବନି । ଭିତର ଓ ବାହାରର ଚାବି ଖୋଲାଯାଇ ଅଳଙ୍କାର ସିଫ୍ଟିଂ ହେବ ।
ରତ୍ନଭଣ୍ଡାର ଖୋଲାଯିବା ନେଇ ସିଏମଓ ପକ୍ଷରୁ ଟୁଇଟ୍ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟୁଇଟ୍ କରି କହିଛନ୍ତି, ଜୟ ଜଗନ୍ନାଥ ହେ ମହାପ୍ରଭୁ! ତୁମେ ଲୀଳାମୟ। ତୁମ ଇଚ୍ଛାରେ ଏ ସାରା ସଂସାର ଆତଯାତ ହେଉଛି। ତୁମେ ଓଡ଼ିଆ ଜାତିର ହୃତ୍ ସ୍ପନ୍ଦନ। ଓଡ଼ିଆ ଜାତିର ଅସ୍ମିତା ଓ ସ୍ବାଭିମାନର ଶ୍ରେଷ୍ଠ ପରିଚୟ। ତୁମ ଇଚ୍ଛାରେ ଓଡ଼ିଆ ଜାତି ଆଜି ତାର ଅସ୍ମିତାର ପରିଚୟକୁ ନେଇ ଆଗକୁ ବଢ଼ିବାକୁ ଉଦ୍ୟମ ଆରମ୍ଭ କରିଛି। ତୁମ ଇଚ୍ଛାରେ ପ୍ରଥମେ ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିଲା। ତୁମ ଇଚ୍ଛାରେ ୪୬ ବର୍ଷ ପରେ ଆଜି ଏକ ମହତ୍ ଉଦ୍ଦେଶ୍ୟ ନେଇ ରତ୍ନ ଭଣ୍ଡାର ଖୋଲାଗଲା। ଏ ମହାନ୍ କାର୍ୟ୍ୟ ସଫଳ ହେବ ବୋଲି ମୋର ଦୃଢ଼ ବିଶ୍ୱାସ। ତୁମ ଆଶୀର୍ବାଦରେ ପ୍ରତ୍ୟେକ ଓଡ଼ିଆ ଜାତି, ଗୋଷ୍ଠୀ, ବର୍ଣ୍ଣ ଓ ସର୍ବୋପରି ରାଜନୀତିର ଭେଦକୁ ଭୁଲି ଆଧ୍ୟାତ୍ମିକ ଓ ଭୌତିକ ଜଗତରେ ଓଡ଼ିଶାର ଏକ ନୂଆ ପରିଚୟ ସୃଷ୍ଟି କରିବାକୁ ଅଗ୍ରସର ହେଉ, ଏତିକି ପ୍ରାର୍ଥନା। ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ
— CMO Odisha (@CMO_Odisha) July 14, 2024
ହେ ମହାପ୍ରଭୁ!
ତୁମେ ଲୀଳାମୟ। ତୁମ ଇଚ୍ଛାରେ ଏ ସାରା ସଂସାର ଆତଯାତ ହେଉଛି। ତୁମେ ଓଡ଼ିଆ ଜାତିର ହୃତ୍ ସ୍ପନ୍ଦନ। ଓଡ଼ିଆ ଜାତିର ଅସ୍ମିତା ଓ ସ୍ବାଭିମାନର ଶ୍ରେଷ୍ଠ ପରିଚୟ।
ତୁମ ଇଚ୍ଛାରେ ଓଡ଼ିଆ ଜାତି ଆଜି ତାର ଅସ୍ମିତାର ପରିଚୟକୁ ନେଇ ଆଗକୁ ବଢ଼ିବାକୁ ଉଦ୍ୟମ ଆରମ୍ଭ କରିଛି। ତୁମ ଇଚ୍ଛାରେ ପ୍ରଥମେ ଶ୍ରୀମନ୍ଦିରର ଚାରି…
ତିନିଟି ପର୍ଯ୍ୟାୟରେ ରତ୍ନ ଭଣ୍ଡାରରେ ସବୁ କାମ କରାଯିବ। ପ୍ରଥମେ, ରତ୍ନ ଭଣ୍ଡାର ଖୋଲାଯିବ, ଦ୍ୱିତୀୟରେ ରତ୍ନ ସବୁକୁ ସ୍ଥାନାନ୍ତର କରାଯିବ, ତୃତୀୟ ପର୍ଯ୍ୟାୟରେ ଗଣତି କରାଯିବ। ଆଜି ଭଣ୍ଡାର ଖୋଲିବା ପରେ ଏସବୁକୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରାଯିବ। ରତ୍ନଅଳଙ୍କାର ସ୍ଥାନାନ୍ତର ପାଇଁ ସବୁ ବ୍ୟବସ୍ଥା ଶେଷ ହୋଇଛି। ଶ୍ରୀମନ୍ଦିର ଭିତରେ ଅସ୍ଥାୟୀ ରତ୍ନ ଭଣ୍ଡାର ସ୍ଥାନ ନିରୂପଣ ବି ସରିଛି। ସିସିଟିଭି ସହ ଅନ୍ୟ ସବୁ ବ୍ୟବସ୍ଥା ହୋଇଛି। ତା’ସହ ସବୁ ଘଟଣାର ଭିଡିଓଗ୍ରାଫି କରାଯିବ। ଅଳଙ୍କାର ସ୍ଥାନାନ୍ତର ପରେ ମରାମତି କାମ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।
ରତ୍ନଭଣ୍ଡାର ଅଳଙ୍କାର ରଖିବା ପାଇଁ ଆସିଲା ସିନ୍ଦୁକ । ସ୍ୱତନ୍ତ୍ର ବରାଦରେ ତିଆରି ହୋଇଥିବା ୬ ସିନ୍ଦୁକ ଶ୍ରୀମନ୍ଦିରରେ ଆସି ପହଞ୍ଚିଛି । ୬ଟି ସିନ୍ଦୁକକୁ ଟ୍ରକରେ ଲଦି ଭୁବନେଶ୍ୱରର ଜନୈକ ବ୍ୟକ୍ତି ପହଞ୍ଚିଛନ୍ତି । ପ୍ରଶାସନ ପକ୍ଷରୁ ୧୫ଟି ସିନ୍ଦୁକ ବରାଦ କରାଯାଇଥିବା କହିଲେ ଜନୈକ ବ୍ୟକ୍ତି । ୨୦ କାରିଗରଙ୍କ ୪୮ ଘଣ୍ଟାର ପରିଶ୍ରମରେ ୬ଟି ସିନ୍ଦୁକ ତିଆରି ହୋଇଛି । ଆଉ ୯ଟି ସିନ୍ଦୁକ ତିଆରି କାମ ଚାଲିଛି । ଖୁବ୍ ଶୀଘ୍ର ପହଞ୍ଚିବ । ।ଶାଗୁଆନ କାଠରେ ତିଆରି ହୋଇଥିବା ସିନ୍ଦୁକରେ ପିତଳ ଛାଉଣୀ ରହିଛି । ଛଅଟି ସିନ୍ଦୁକ ଶ୍ରୀମନ୍ଦିର ଭିତରେ ପ୍ରବେଶ କରାଯାଇଛି ।