Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୋଲିସ ଏବଂ ବ୍ଲକ ପ୍ରଶାସନ ମଧ୍ୟରେ ବୁଝାମଣା ମାଓବାଦୀ ଦମନ ପାଇଁ ସ୍ଥାପିତ ହୋଇଥିବା କ୍ୟାମ୍ପ୍ ରେରୋଜଗାର କରିବେ ମହିଳା ସଦସ୍ୟ

ପଟ୍ଟାଙ୍ଗି୧୪/୦୭ମାଓବାଦୀ ଅଞ୍ଚଳ ମାନଙ୍କରେ ସ୍ଥାପିତ ହୋଇଥିବା ବିଏସଏଫ କ୍ୟାମ୍ପ୍ ଗୁଡିକ ବର୍ତ୍ତମାନ ଅଞ୍ଚଳ ବାସିଙ୍କ ପାଇଁ କିପରି ରୋଜଗାର ର ବାଟ ଦେଖାଇବ ସେନେଇ ପୋଲିସ ଏବଂ ବ୍ଲକ ପ୍ରଶାସନ ମିଳିତ ବୁଝାମଣା ରେ ଆରମ୍ଭ ହେବାକୁ ଯାଉଛି ବିଭିନ୍ନ ସାମଗ୍ରୀର ପ୍ରଡଟ୍ସନ୍ କେନ୍ଦ୍ର । ଏହିପରି ଦୃଶ୍ୟ ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁରୁ ପଞ୍ଚାୟତ ଅଧିନସ୍ଥ ଆଡାତିଗା ଗ୍ରାମ ନିକଟରେ ରହିଥିବା ଏକ ପାହାଡ଼ ଉପରେ ମାଓବାଦୀ ଙ୍କ ଗତିବିଧି ଅନୁଧ୍ୟାନ ପାଇଁ ହୋଇଥିଲା ଏକ ବିଏସଏଫ୍ କ୍ୟାମ୍ପ୍ । ଉକ୍ତ କ୍ୟାମ୍ପ୍ ରେ ଦିର୍ଘ ବର୍ଷ ଧରି ବିଏସଏଫ୍ ମୁତୟନ ହୋଇଥିବା ବେଳେ ବର୍ତ୍ତମାନ ଉକ୍ତ କ୍ୟାମ୍ପ୍ ରୁ ବିଏସଏଫ୍ ଉଠି ଯିବା ପରେ ଆଇଆରବି ପୋଲିସ ପ୍ଲାଟୁନ୍ ମୁତୟନ ହୋଇଥିଲେ କିନ୍ତୁ ବର୍ତ୍ତମାନ ଦୁଇଟି ଯାକ ପ୍ଲାଟୁନ୍ ଉକ୍ତ କ୍ୟାମ୍ପ୍ ରୁ ଉଠି ଯିବା ପରେ ବର୍ତ୍ତମାନ କ୍ୟାମ୍ପ୍ ଟି ସମ୍ପୂର୍ଣ୍ଣ ଖାଲି ପଡି ରହିଥିବା ଜାଣି ସ୍ଥାନୀୟ ବ୍ଲକ ପ୍ରଶାସନ ର ଏକ ପ୍ରସ୍ତାବ କୁ ପୋଲିସ ପ୍ରଶାସନ ଗ୍ରହଣ କରିଥିବା ବେଳେ ଏହା ବର୍ତ୍ତମାନ ଉପରୋକ୍ତ ପଞ୍ଚାୟତ ର ଆଖପାଖ ଗ୍ରାମର ମହିଳା ମାନଙ୍କ ପାଇଁ ରୋଜଗାର ସ୍ଥାନ ପାଲଟିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଯାହାକି ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକର ଏକ ଟିମ୍ ଖାଲି ପଡି ରହିଥିବା ଉପରୋକ୍ତ କ୍ୟାମ୍ପ୍ ରେ ପହଞ୍ଚି ପୋଲିସ ବିଭାଗର ଆସିଷ୍ଟାଣ୍ଡ୍ commande ନାରାୟଣ ରାଉତ , ସୁଙ୍କି ଥାନା ଅଧିକାରୀ ଏସ ଆଇ କେ ସାଙ୍ଗାନା ପ୍ରମୁଖ ଉପସ୍ଥିତ ରେ ଏକ ମିଳିତ ସ୍ୱାକ୍ଷର ଚୁକ୍ତିନାମା ବ୍ଲକ ରୁ ଯାଇଥିବା ପ୍ରତିନିଧି ଦଳକୁ ପ୍ରଦାନ କରା ଯାଇଥିଲା । ଏଠାରେ ସୂଚନା ଥାଉକି ୨୦୦୮ ମସିହା ରୁ ୨୦୧୬ ମଧ୍ୟରେ ମାଓବାଦୀ ହିଂସାତ୍ମକ ରୁପ ନେଇଥିଲା । ଯାହାକୁ ଦୃଷ୍ଟିରେ ରଖି ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୧ ଡିସେମ୍ବର ୧୧ ତାରିଖରେ ଉକ୍ତ ଅଞ୍ଚଳରେ ବିଏସଏଫ୍ କ୍ୟାମ୍ପ୍ ସ୍ଥାପନ ହେବାପରେ ଅଞ୍ଚଳରେ ଆସ୍ତେ ଆସ୍ତେ ସୁଧାର ଆସିଥିଲା । ପରେ ବିଏସଏଫ୍ କୁ ପ୍ରତ୍ୟାହାର କରା ଯାଇଥିଲା । ଏହାପରେ
ମଧ୍ୟ ୨୦୨୩ ଜାନୁଆରୀ ୧୫ ତାରିଖରେ ଆଇଆରବିଏନ ପୋଲିସ କୁ ମୁତୟନ କରାଯାଇ  ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ ଜାରି ରହିଥିଲା କିନ୍ତୁ ବର୍ତ୍ତମାନ ଅଞ୍ଚଳରେ ସବୁ ପ୍ରକାର ପରିସ୍ଥିତି ସ୍ୱାଭାବିକ ଆସିବା ପରେ ଉକ୍ତ ଆଇଆରବିଏନ ପୋଲିସ କୁ ମଧ୍ୟ ପ୍ରତ୍ୟାହାର କରା ଯିବା ପରେ ଅଞ୍ଚଳର ଉନ୍ନତି କୁ ଦୃଷ୍ଟିରେ ରଖି ବର୍ତ୍ତମାନ ଉକ୍ତ କ୍ୟାମ୍ପ୍ କୁ କୋରାପୁଟ ଜିଲ୍ଲାପାଳ ଭି କିର୍ତ୍ତି ଭାସନ ଙ୍କ ଚିଠି ନଂ ୩୪୩/୨୪ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକାର ଙ୍କ ଚିଠି ନଂ ୧୬୦୬/୨୪ ପ୍ରକାରେ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ କୁ ହସ୍ତାନ୍ତର କରା ଯାଇଥିବା ଏକ ପ୍ରେସ ନୋଟ୍ ରେ ଦର୍ଶା ଯାଇଥିବା ଦେଖିବା କୁ ମିଳିଛି । ଅନ୍ୟପକ୍ଷରେ ହସ୍ତାନ୍ତର କ୍ୟାମ୍ପ୍ ରେ ପେଟୁରୁ , ଅମ୍ପାବାଲି ଏବଂ ତଳଗୋଲୁର ପ୍ରମୁଖ ପଞ୍ଚାୟତ ର ଆଖପାଖ ଅଞ୍ଚଳର ମହିଳା ମାନେ କିପରି ସ୍ୱାଭଲମ୍ବି ବା ରୋଜଗାର କ୍ଷମ ହୋଇ ପାରିବେ ଏହାକୁ ଦୃଷ୍ଟିରେ ରଖି କ୍ୟାମ୍ପ୍ ରେ ତାଲିମପ୍ରାପ୍ତ ମହିଳା ଓ ଯୁବତୀ ମାନଙ୍କ ଦ୍ୱାରା ସ୍କୁଲ ଡ୍ରେସ୍ , ଚପଲ , ନେବକିନ୍ , ଘରେ ବ୍ୟବହୃତ ହେଉଥିବା ଝାଡୁ ପ୍ରମୁଖ ସାମଗ୍ରୀ ବିଭିନ୍ନ ୟୁନିଟ୍ ରେ ବିଭକ୍ତ କରି ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରଖା ଯାଇଥିବା ବିଡ଼ିଓ ପଟନାୟକ ପ୍ରକାଶ କରିଛନ୍ତି ।