ମର୍ଣ୍ଣିଂଓ୍ବାକ କରିବେ ବେଳେ ଚଢ଼ିଗଲା ଟ୍ରକ୍


ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ସକାଳୁ ସକାଳୁ ଦୁର୍ଘଟଣା । ମର୍ଣ୍ଣିଂଓ୍ବାକ କରିବା ବେଳେ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଛି ଟ୍ରକ । ଫଳରେ ଘଟଣା ସ୍ଥଳେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ଘଟିଛି । ଭୁବନେଶ୍ବର ଗଣ୍ଡମୁଣ୍ଡା କଳାଭୂମି ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ ।

ମିଳିଥିବା ସୂଚନା ଅନୁସାରେ କଳାଭୂମି ଅଞ୍ଚଳର ଜଣେ ବ୍ୟକ୍ତ ମର୍ଣ୍ଣିଂଓ୍ବାକ୍ ପରିବାକୁ ଯାଇଥିଲେ । ମର୍ଣ୍ଣିଂଓ୍ବାକରେ ଯାଇ ପୁଣି ଘରକୁ ଫେରୁଥିବା ବେଳେ କାଳଭୂମି ନିକଟରେ ଏକ ଟ୍ରକ ତାଙ୍କ ଉପରେ ଚଢ଼ିଯାଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ପୋଲିସ୍ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ କରୁଛି ।