Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପୁନର୍ବାର କେବେ ଖୋଲିବ ରତ୍ନଭଣ୍ଡାର, ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ଦୀର୍ଘ ୪୬ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟି ସାରିଛି ଏବଂ ରତ୍ନଭଣ୍ଡାର ଖୋଲି ସାରିଛି । ରତ୍ନଭଣ୍ଡାର ଖୋଲିଥିଲେ ହେଁ ଏବେ ବହୁତ କାମ ବାକି ରହିଛି । ବାହାର ରତ୍ନଭଣ୍ଡାରରୁ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ସ୍ଥାନାନ୍ତର କରାଯାଇଥିଲେ ହେଁ ଭିତର ରତ୍ନଭଣ୍ଡାରର ଏହି କାମ ବାକି ରହିଛି । ତେବେ କେଉଁ ଦିନ ରତ୍ନଭଣ୍ଡାର ଖୋଲାଯାଇ ଅବଶିଷ୍ଟ କାର୍ଯ୍ୟ କରାଯିବ ସେ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି ।

ରତ୍ନଭଣ୍ଡାର ସଂପର୍କିତ ତଦାରଖ କମିଟିର ବୈଠକ ଚାଲିଛି । ବୈଠକରେ ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଜିଲ୍ଲାପାଳ ଏବଂ ଅନ୍ୟ ସଦସ୍ୟ ଉପସ୍ଥିତ ଅଛନ୍ତି । ପୁନର୍ବାର କେବେ ରତ୍ନଭଣ୍ଡାର ଖୋଲାଯିବ ସେ ନେଇ ଆଲୋଚନା ଚାଲିଛି । ତେବେ ନୀଳାଦ୍ରି ବିଜେ ପରେ ରତ୍ନଭଣ୍ଡାର ଖୋଲା ଯାଇପାରେ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ, ୧୪ ତାରିଖ ଶୁଭ ମୁହୂର୍ତ୍ତ ଦିନ ୧ଟା ୨୮ ମିନିଟରେ ରତ୍ନଭଣ୍ଡାର ଖୋଲା ଯାଇଛି । ଏସଓପି ଅନୁଯାୟୀ ସବୁ କାର‌୍ୟ୍ୟ ହୋଇଛି। ବାହାର ରତ୍ନ ଭଣ୍ଡାର ତାଲା ଖୋଲାଯାଇ ସବୁ ଅଳଙ୍କାର ଚାଙ୍ଗଡା ଘର, ଫୁଲ ଘରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇଛି। ଏହା ପରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ସିଲ୍ କରାଯାଇଛି। ଏହା ପରେ ଭିତର ରତ୍ନଭଣ୍ଡାରର ତାଲା ନ ଖୋଲିବାରୁ ଏସଓପି ଅନୁସାରେ ଭଙ୍ଗା ଯାଇଛି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହି ସାରିଛନ୍ତି, ଭିତର ଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରକୁ ସ୍ଥାନାନ୍ତର ପରେ ରତ୍ନଭଣ୍ଡାରକୁ ଏଏସଆଇକୁ ହସ୍ତାନ୍ତର କରାଯିବ। ଏଏସଆଇ ରକ୍ଷଣାବେକ୍ଷଣ କରି ସାରିବା ପରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରେ ରଖାଯାଇଥିବା ରତ୍ନ ଅଳଙ୍କାରଗୁଡ଼ିକୁ ପୁଣି ଥରେ ରତ୍ନଭଣ୍ଡାର ଭିତରକୁ ନିଆଯିବ। ସେଠାରେ ହିଁ ସମସ୍ତ ଅଳଙ୍କାରର ଗଣତି ମଣତି କରାଯିବ।

More Stories