Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୋଜନା ବୋର୍ଡ ଅଧ୍ୟକ୍ଷ ପଦ ଛାଡିବେ ମୋହନ, ଚୌକିରେ ବସିବେ ମନମୋହନ!

ଭୁବନେଶ୍ବର,(ରାଜାରାମଷଡଙ୍ଗୀ):ପଦ ଛାଡିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଆଉ ଚୌକିରେ ବସିବେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ। ଏହା ଶୁଣିବା ବା ଜାଣିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ କଥାଟା ସଂପୂର୍ଣ୍ଣ ସତ ହେବାକୁ ଯାଉଛି।ମନମୋହନଙ୍କ ନେତୃତ୍ୱରେ ହିଁ ରାଜ୍ୟରେ ପ୍ରଥମ ଥର ପାଇଁ ନବୀନ ସରକାରକୁ ହଟାଇ ବିଜେପି ସରକାର ଗଠନ କରିଛି। ଏହାର ଶ୍ରେୟ ନିଶ୍ଚିତ ଭାବରେ ମନମୋହନଙ୍କ ଉପରକୁ ଯିବ। ନିର୍ବାଚନରେ ସେ ହାରିଯାଇଥିଲେ ମଧ୍ୟ ମନମୋହନଙ୍କ ନେତୃତ୍ୱରେ ବିଜେପିର ବିଜୟ ପାଇଁ ମନମୋହନ ସାମଲକୁ ମିଳୁଛି ବଡ ପୁରସ୍କାର।ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନଙ୍କୁ ଛାଡିବାକୁ ହେବ ପଦ । ସ୍ୱାଧିନ ଭାବରେ ଦାୟିତ୍ୱ ନେବେ ମନମୋହନ।ଏଭଳି ଏକ ବଡ ନିଷ୍ପତ୍ତି ବିଷୟରେ ଜାଣିବ ଓଡିଶା।ଶୁଣାଯାଉଛି ଏଥିପାଇଁ ପ୍ରସ୍ତୁତି ମଧ୍ୟ ସରିଛି।କେବଳ ଔପଚାରିକତା ଘୋଷଣାକୁ ବାକି ଅଛି। ମନମୋହନ ସାମଲଙ୍କୁ ଏହି ଉପଯୁକ୍ତ ସମ୍ମାନ ଦେବାପାଇଁ ମୁଖ୍ୟମନ୍ତ୍ରୀ ମୋହନ ଓଡିଶାରେ ପ୍ରଥମ ଥର ପାଇଁ ନିଜର ତ୍ୟାଗ ଦେଖାଇବେ।ଅର୍ଥାତ୍ ଅଧ୍ୟକ୍ଷ ପଦ ନିଜ ପାଖରେ ନରଖି ମନମୋହନଙ୍କ ଉପରେ ଛାଡି ଦେଇ ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦେବାକୁ ଯାଉଛନ୍ତି ସରକାର !ପୁର୍ବରୁ ଯୋଜନା ବୋର୍ଡ ଅଧ୍ୟକ୍ଷ ପଦ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ରହି ଅନ୍ୟ ଜଣଙ୍କୁ ଉପାଧ୍ୟକ୍ଷ କରାଯାଉଥାଏ। ବର୍ତ୍ତମାନ କିନ୍ତୁ ଏହି ପରମ୍ପରାରେ ପରିବର୍ତ୍ତନ ହୋଇପାରେ ।ମୁଖ୍ୟମନ୍ତ୍ରୀ ଏହି ପଦରେ ନରହି ଯୋଜନା ବୋର୍ଡର ଅଧ୍ୟକ୍ଷ ଭାର ମନମୋହନଙ୍କ ଉପରେ ଛାଡି ଦେଇ ସମ୍ମାନ ଦେବାକୁ କୁଆଡେ ନିଷ୍ପତ୍ତି ନେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ