ଶ୍ରୀ ପାତାଳୀ କ୍ଷେତ୍ର ରେ ଶ୍ରୀ ଜୀଉଙ୍କ ନିଳାଦ୍ରି ବିଜେ ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ର ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ଆଜି ଶ୍ରୀଜୀଉ ଙ୍କ ନିଳାଦ୍ରୀ ବିଜେ ତଥା ଶ୍ରୀମନ୍ଦିର ବିଜେ କରାଯାଇଛି। ରଥରୁ ଓହ୍ଲାଇ ମହାପ୍ରଭୁଙ୍କୁ ଛଳିଆ ପାଦଦେଶରୁ ଶ୍ରୀମନ୍ଦିର ଅଭିମୁଖେ ଗୋଟି ପହଣ୍ଡିରେ ଶ୍ରୀଜୀଉଙ୍କୁ ନିଆଯାଇଥିଲା । ବାହୁଡା ପରେ ମହାପ୍ରଭୁ ରଥାରୂଢ଼ ରେ ଦୁଇଦିନ ଧରି ରହି ସୁନାବେଶ , ଅଧରପଣା ଆଦି ନୀତି କରାଯାଇଥିବା ବେଳେ ଆଜି ଶ୍ରୀଜୀଉଙ୍କ ଶ୍ରୀମନ୍ଦିର ବିଜେ କରାଯାଇଛି । ଦିନ ୩ଟାରେ ଗୋଟି ପହଣ୍ଡିରେ ସେବାୟତଙ୍କ ଦ୍ଵାରା ନିଆଯାଇଥିଲା । ଶ୍ରୀଜୀଉଙ୍କ ରସଗୋଲା ଭୋଗ , ରତ୍ନ ସିଂହାସନ ବିଜେ ଆଦି ନୀତି କରାଯାଇଥିଲା । ତା ପରେ ଶ୍ରୀଜୀଉଙ୍କୁ ମନ୍ଦିର ସମ୍ମୁଖରେ ସନ୍ଧ୍ୟା ଆଳତୀ ଦିଆଯାଇଥିଲା । ଗାଁ ର ଗଡତ୍ୟା ଚମରା ଅମାତ ଛେରାପହଁରା ନୀତି କରିଥିଲେ । ଆଖ ପାଖ ବିଭିନ୍ନ ଅଞ୍ଚଳରୁ ତଥା ଦୂରଦୂରାନ୍ତରୁ ଆସି ବହୁ ଭକ୍ତମାନଙ୍କ ଗହଳି ଲାଗି ରହିଥିଲା I ହରିବୋଲ , ହୁଳହୁଳି , ଘଣ୍ଟ ଶଙ୍ଖ ନlଦରେ ମୁଖରିତ ହୋଇ ଉଠିଥିଲା ଚତୁର୍ଦ୍ଦିଗ I ସୁବଳୟା ନାମ ସଂକୀର୍ତ୍ତନ ତରଫରୁ ନାମ ସଂକୀର୍ତ୍ତନ କରାଯାଇଥିଲା । ଏହି ଅବସରରେ ହଜାର ହଜାର ଭକ୍ତ ଶ୍ରୀଜୀଉଙ୍କ ପ୍ରଭୁକୃପା ଲାଭପାଇଁ ଧାଇଁ ଆସିଥିଲେ । ଠିକ ସେହିପରି ବୀରମହାରାଜପୁର ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଜୀଉ ଙ୍କ ନିଳାଦ୍ରି ବିଜେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ଲକ୍ଷ୍ମୀନାରାୟଣ ଙ୍କ କଲି ଗୀତ , ମା ଲକ୍ଷ୍ମୀ ଙ୍କ ମାନଭଞ୍ଜନ ପାଇଁ ରସଗୋଲା ଭୋଗ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I