Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଟ୍ଟାଙ୍ଗି ବିଧାୟକ ଙ୍କୁ ରାଜ୍ୟର କଂଗ୍ରେସ ବିଧାୟକ ଦଳର ନେତା ଭାବେ ନିଯୁକ୍ତି ଦଳୀୟ କର୍ମୀ ଙ୍କ ମହଲରେ ଉତ୍ସାହିତ

ପଟ୍ଟାଙ୍ଗି୨୨/୦୭ରାଜ୍ୟର କଂଗ୍ରେସ ବିଧାୟକ ଦଳର ନେତା ଭାବେ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ ର ବିଧାୟକ ରାମଚନ୍ଦ୍ର କାଡାମ୍ ଙ୍କୁ ଏଆଇସିସି ପକ୍ଷରୁ ନିଯୁକ୍ତି ନେଇ ଘୋଷଣା ହେବା ପରେ କୋରାପୁଟ ଜିଲ୍ଲାର ଉକ୍ତ ନିର୍ବାଚନ ମଣ୍ଡଳୀ ରେ ଦଳୀୟ କର୍ମୀ ଓ ନେତା ଙ୍କ ମହଲରେ ଉତ୍ସାହିତ ଦେଖା ଦେଇଥିବା ସହ ନିର୍ବାଚନ ମଣ୍ଡଳୀ ର ତିନି ବ୍ଲକର ସଭାପତି ଜଣାଇଛନ୍ତି ଶୁଭେଚ୍ଛା । ସୂଚନା ମୁତାବକ ଜିଲ୍ଲା ର ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ ଦଳର ଗଢ ଭାବେ ପରିଚିତ ହୋଇ ଆସିଥିବା ବେଳେ ଗତ ୧୦ ବର୍ଷ ମଧ୍ୟରେ ଦଳ ଏହାର ପରିଚୟ ହରାଇ ବସିଥିଲା । କିନ୍ତୁ ବର୍ତ୍ତମାନ ଦଳ ନିଜର ବିଧାୟକ ଭାବେ କାଡାମ୍ ନିର୍ବାଚିତ ହେବା ସହ ଗଢ ଫେରି ପାଇବା ପରେ ଦଳକୁ ଏକ ବଡ ସଫଳତା ମିଳିଛି ଅନ୍ୟପକ୍ଷରେ ରାଜ୍ୟର କଂଗ୍ରେସ ବିଧାୟକ ଦଳର ନେତା ନିଯୁକ୍ତି କୁ ନେଇ ନିର୍ବାଚନ ର ତିନି ମାସ ଧରି ଦଳ ମଧ୍ୟରେ ଛକା ପଞ୍ଚା ଜାରି ରହିଥିବା ବେଳେ ଦଳରେ ଯିଏ ଅଧିକ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସିଏ ଦଳର ବିଧାୟକ ନେତା ଭାବେ ନିଶ୍ଚିତ ନିଯୁକ୍ତି ପାଇବ ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଦୃଢକ୍ତି ପ୍ରକାଶ କରିଥିବା ବେଳେ ଏଆଇସିସି କିନ୍ତୁ ଦଳର ଯିଏ ଆଦିବାସୀ ବିଧାୟକ ଭାବେ ବରିଷ୍ଠ ଅଛନ୍ତି ତାକୁ ଲକ୍ଷ୍ୟ କରି ବିଧାୟକ କାଡାମ୍ ଙ୍କୁ ନିଯୁକ୍ତି କରିଥିବା ଜଣାପଡିଛି । ଅନ୍ୟପକ୍ଷରେ ବିଧାୟକ କାଡାମ୍ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇ ଦଳର ବିଧାୟକ ନେତା ଭାବେ ନିଯୁକ୍ତି ହୋଇ ପଡୋଶୀ ଆନ୍ଧ୍ର ରାଜ୍ୟ କୁ ଲାଗି ରହିଥିବା ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ ର ପରିଚୟ ସୃଷ୍ଟି କରିଥିବା ନେଇ ଉକ୍ତ ନିର୍ବାଚନ ମଣ୍ଡଳୀର ତିନି ବ୍ଲକ ସଭାପତି ଯଥା ପଟ୍ଟାଙ୍ଗି ବ୍ଲକ ସଭାପତି ଅର୍ଜୁନ ବାଙ୍କା , ଶିମିଳିଗୁଡା ବ୍ଲକ ସଭାପତି ସନ୍ୟା ମାଝୀ ଓ ନନ୍ଦପୁର ବ୍ଲକ ସଭାପତି କାମେଶ କାମଡି ମତପ୍ରକାଶ କରିବା ସହ ଖିଲ କାର୍ତ୍ତିକ , ସରପଞ୍ଚ ପିତାମ୍ବର କ୍ରିସାନି , ସାଂସଦ ପ୍ରତିନିଧି ଶୁକ୍ରା ଖରା , ଗୁପ୍ତ ଶଙ୍କର ପଟ୍ଟନାୟକ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ରାଜ୍ୟ ଆଦିବାସୀ ସେଲ୍ ସଭାପତି ପୁର୍ବତନ ସାଂସଦ ଜୟରାମ ପାଙ୍ଗି ଶୁଭେଚ୍ଛା ଜଣାଇଥିବା ସହ ବରିଷ୍ଠ ଭାବେ ରହିଥିବା ବିଧାୟକ ବାହିନୀପତି ଉକ୍ତ ପଦବୀରେ ନିଯୁକ୍ତି ହେବା କଥା କିନ୍ତୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ହୋଇ ଥିବାରୁ ଏଆଇସିସି ପକ୍ଷରୁ ଦଳରେ ରହିଥିବା ୦୯ ଟି ଆଦିବାସୀ ବିଧାୟକ ଙ୍କ ମଧ୍ୟରୁ ପଟ୍ଟାଙ୍ଗି ବିଧାୟକ କାଡାମ୍ ବରିଷ୍ଠ ହୋଇ ଥିବାରୁ ଦଳ ପକ୍ଷରୁ ଏହିପରି ନିସ୍ପତି ନିଆ ଯାଇଥାଇ ପାରେ ବୋଲି ମତପ୍ରକାଶ କରି ଏଆଇସିସି ପକ୍ଷରୁ ଆଦିବାସୀ ଙ୍କ ପ୍ରତି ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଉଛି ବୋଲି ମଧ୍ୟ ପ୍ରକାଶ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ