Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବଶତ୍ରୁତାକୁ କେନ୍ଦ୍ରକରି କୁଲାଙ୍ଗୀରେ 4 ଜଣଙ୍କୁ ଆକ୍ରମଣ, 5 ଗିରଫ

ବେଲଗୁଣ୍ଠା,22/07, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗୀ ଗ୍ରାମରେ ଗୋଟିଏ ପରିବାରର ଚାରି ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ସୂଚନା ମିଳିଛି I ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିମାନେ ହେଲେ କୁଲାଙ୍ଗୀ ଗ୍ରାମର ତ୍ରିନାଥ ନାୟକ, ତ୍ରିନାଥଙ୍କ ସ୍ତ୍ରୀ ସୁଦେଷ୍ଣା ନାୟକ, ଝିଅ ଲିସା ନାୟକ ଏବଂ ପୁଅ ମହେଶ୍ଵର ନାୟକ I ଏନେଇ ଗାଙ୍ଗପୁର ଥାନାରେ 394/24 ରେ ଏକ ମାମଲା ରୁଜୁ ହେବା ସହିତ ଗାଙ୍ଗପୁର ପୋଲିସ୍ ଆକ୍ରମଣ ଘଟଣାରେ ସଂପୃକ୍ତ ଲାଠିପଡ଼ା ଗ୍ରାମର କୃଷ୍ଣ ସ୍ୱାଇଁ, ପ୍ରକାଶ ସ୍ଵାଇଁ, ତାପସ ସ୍ୱାଇଁ, ନାରାୟଣ ପଗଡ ଏବଂ ପ୍ରବଚନ ସ୍ୱାଇଁଙ୍କୁ ଗିରଫ କରିଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ଗତବର୍ଷ ଲାଠିପଡ଼ା ଗ୍ରାମର କୃଷ୍ଣ ସ୍ୱାଇଁ କୁଲାଙ୍ଗୀ ଗ୍ରାମର ତ୍ରିନାଥ ନାୟକଙ୍କ ନିମନ୍ତେ ଦଶ ଲକ୍ଷ ଟଙ୍କାର ଏକ ଲୋନ୍ କରାଇଦେବା ପାଇଁ କୃଷ୍ଣ ସ୍ୱାଇଁ ଠାରୁ 5000 ଟଙ୍କା ନେଇଥିଲା I କିନ୍ତୁ ବର୍ଷେ ବିତିଯାଇଥିଲେ ମଧ୍ୟ କୃଷ୍ଣଙ୍କର ଲୋନ୍ ହୋଇପାରିନଥିଲା I ତେଣୁ ତ୍ରିନାଥ କୃଷ୍ଣଙ୍କୁ ନିଜ 5 ହଜାର ଟଙ୍କା ମାଗିଥିଲେ I ଗତ ମାସରେ ତ୍ରିନାଥ କୃଷ୍ଣଙ୍କୁ ଟଙ୍କା ମାଗିବାରୁ କୃଷ୍ଣ ତ୍ରିନାଥଙ୍କୁ ଗାଳିଗୁଲଜ କରିଥିଲା I ଗତ କାଲି କୃଷ୍ଣ ଭଞ୍ଜନଗରରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ତ୍ରିନାଥ କୃଷ୍ଣର ଗାଡ଼ିକୁ ଅଟକାଇ ପଇସା ମାଗିବାରୁ ସେ ପରେ ଦେବ କହି ସେଠାରୁ ଚାଲିଯାଇଥିଲା I ଏହାପରେ ରାତି ଆଠ ଘଣ୍ଟା ସମୟରେ କୃଷ୍ଣ ନିଜ ପୁଅ ମାନଙ୍କ ସହିତ ତ୍ରିନାଥଙ୍କ ଘରକୁ ଆସି କଥାବାର୍ତ୍ତା କରି ଫେରିଯାଇ ପୁଣି ଥରେ ସେମାନେ ସାଢେ ନଅଟା ସମୟରେ କୁଲାଙ୍ଗୀ ଗ୍ରାମକୁ ଆସି ତ୍ରିନାଥ ଖାଇ ବସିଥିବା ସମୟରେ ସେମାନେ ତ୍ରିନାଥ ସମେତ ତାଙ୍କ ସ୍ତ୍ରୀ ସୁଦେଷ୍ଣା, ପୁଅ ମହେଶ୍ଵର ଏବଂ ଝିଅ ଲିସାକୁ ସଂଘବଦ୍ଧ ଆକ୍ରମଣ କରିଥିଲେ I ଆକ୍ରମଣରେ ତ୍ରିନାଥ ଏବଂ ତାଙ୍କ ପରିବାର ସଦସ୍ୟଙ୍କ କାନ୍ଧ, ପେଟ, ହାତ, ଗୋଡ଼ରେ ଗଭୀର ଆଘାତ ଲାଗିଥିଲା I ଗୁରୁତର ଆହତ ମାନଙ୍କୁ ମେଡିକାଲ୍ ରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତ ମାନଙ୍କୁ ପୋଲିସ୍ ଗିରଫ କରିଥିଲା I