ପୂରଣ ହେବ ମଧ୍ୟବିତ୍ତଙ୍କ ଘରର ସ୍ୱପ୍ନ, ଏକ କୋଟି ପରିବାର ପାଇଁ ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟରେ ମଧ୍ୟବିତ୍ତଙ୍କ ଘର ସ୍ୱପ୍ନକୁ ପୂରା କରିବା ପାଇଁ ବଡ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ପିଏମ ଆବାସ ଯୋଜନା-ସହରାଞ୍ଚଳ ୨.୦ ଆଧାରରେ ଏକ କୋଟି ପରିବାରକୁ ଘର ଯୋଗାଇବା ପାଇଁ ୧୦ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଅର୍ଥମନ୍ତ୍ରୀଙ୍କ ଅନୁଯାୟୀ, ଶସ୍ତା ଦରରେ ଋଣ ସୁବିଧା ପାଇଁ ସବସିଡିର ପ୍ରାବଧାନ କରାଯାଇଛି । ଏହି ଖବର ପରେ ହାଉସିଂ ସେକ୍ଟର ସଂପର୍କିତ କମ୍ପାନୀଗୁଡିକର ସେୟାର ରକେଟ୍ ପରି ଉପରମୁହାଁ ହୋଇଛି ।
ଅର୍ଥମନ୍ତ୍ରୀ କୃଷକଙ୍କ ପାଇଁ ବଜେଟରେ ୧.୫୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ସେ କହିଛନ୍ତି, ଗ୍ରାମାଞ୍ଚଳର ଅର୍ଥବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ ଏବଂ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ଉପରେ ପ୍ରାଧ୍ୟାନ୍ୟ ଦିଆଯିବ । ପନିପରିବା ଉତ୍ପାଦନ ପାଇଁ କ୍ଲଷ୍ଟର ତିଆରି ହେବ । ଅଧିକ ଉତ୍ପାଦନ ହେଉଥିବା ଫସଲ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ତୈଳ ଉତ୍ପାଦନ ଉପରେ ଦେଶକୁ ଆତ୍ମ ନିର୍ଭରଶୀଳ କରିବାକୁ ପଡିବ ।
ନିଯୁକ୍ତି, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧ ଲକ୍ଷ ୪୮ ହଜାର କୋଟି ବ୍ୟବସ୍ଥା କରାଯାଇଛି। ୩୨ ଫସଲର ୧୦୯ ଉନ୍ନତ ଅମଳକ୍ଷମ ବିହନ ଚାଷୀଙ୍କୁ ମିଳିବ। ୧ କୋଟି ଚାଷୀଙ୍କୁ ପ୍ରାକୃତିକ ଉପାୟରେ ଚାଷ ପାଇଁ ପ୍ରୋତ୍ସାହନ ଦିଆଯିବ। ଚାଷୀଙ୍କ ଉତ୍ପାଦର ଷ୍ଟୋରେଜ ଓ ମାର୍କେଟିଂ ପାଇଁ ବିଶେଷ ବ୍ୟବସ୍ଥା ହେବ। ଏଥିସହ ଚାଷୀଙ୍କ ପାଇଁ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ ବୋଲି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।