ନୂଆ ସିଇଓ ହେଲେ ଆର୍‌ ସନ୍ଥଗୋପାଳନ


ଭୁବନେଶ୍ବର:ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ପାଇଲେ ଆରଗୋପାଲନ୍। ୨୦୦୧ ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ଆର୍‌ ସନ୍ଥଗୋପାଳନ । ନୂଆ ନିଯୁକ୍ତି ନେଇ ଇସିଆଇ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି । ପୂର୍ବରୁ ସିଇଓ ଥିବା ନିକୁଞ୍ଜବିହାରୀ ଧଳଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ମିଳିବା ପରେ ସିଇଓ ପଦବୀ ଖାଲି ପଡିଥିଲା ।ଏହା ପୁର୍ବରୁ ସନ୍ଥଗୋପାଲନ ଶ୍ରମ ଓ ଇଏସଆଇ ସଚିବ ଭାବେ କାର୍ଯ୍ୟ କରୁଥିଲେ।