Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଯୁଯୁମୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନୂଆକୋଠା କାମରେ ଆସୁନି,ପଡିଆବାହାଲ ଅବସ୍ଥା ତଦୃପ

ସମ୍ବଲପୁର,ତା.୨୬.୦୭(ଆନିସ): ଯୁଯୁମୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ନବନିର୍ମିତ କୋଠା ତ କାମରେ ଆସୁନି। ୨୦୨୩ ନଭେମ୍ବର ୩୦ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହା ଲୋକାର୍ପିତ ହୋଇଥିଲା। ତେବେ ଲୋକାର୍ପିତହେବାକୁ ଥିବା ପଡିଆବାହାଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଅବସ୍ଥା ମଧ୍ୟ ତଦୃପ। ଅସରାଏ ବର୍ଷାରେ ଯୁଯୋମୁରା ୨ ମହଲା ବିଶିଷ୍ଟ କୋଠା ପରି ପଡିଆବାହାଲ କୋଠାରେ ମଧ୍ୟ ଜମିରହୁଛି ପାଣି।
ଯୁଯୋମୁରାର ଛାତରୁ ପାଣି ଝରି ଇଲେଟ୍ରିକ୍ ସୁଇଚ ବୋର୍ଡ ଉପରେ ପଡୁଛି । ଯଦ୍ବାରା କି ସର୍ଟସର୍କିଟ ହେବାର ଆଶଙ୍କା ରହିଛି। ଉପର ଓ ତଳ ମହଲାରେ ପାଣି ଜମି ରହୁଛି। ଅନ୍ୟ ପକ୍ଷରେ ଡିଜି ମଧ୍ୟ ଚାଲୁ ନାହିଁ । ଫଳରେ ନିକଟରେ ସ୍ଥାନାନ୍ତର ହୋଇଥିବା ଏହି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ସୁରକ୍ଷା ଦୃଷ୍ଟିରୁ ପୁଣି ପୂର୍ବ କୋଠାକୁ ଫେରିଯାଇଛି। କୋଠାର ନିର୍ମାଣ ଶୈଳୀ ଠିକ୍‌ରେ ହୋଇ ନଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ।ନବୀନ ବାବୁଙ୍କ ସ୍ୱଚ୍ଛ ସରକାର ସମୟରେ ଏଭଳି ଅସ୍ୱଚ୍ଛ କାମ ନେଇ କେହି ମୁହଁ ଖୋଲୁ ନାହାନ୍ତି ସତ,କିନ୍ତୁ ଦୁର୍ଭାଗ୍ୟ ଏହା ଏତେ ଟଙ୍କା ଖର୍ଚ କରି ଯେଉଁ ଲକ୍ଷ୍ୟ ରଖି ଏହା ନିର୍ମାଣ ହେଲା ସେହି ସେବାରେ ଲାଗିଲାନି।ରୋଗୀ ପାଇଁ ଅସୁରକ୍ଷିତ ହେବା ସହ ଡାକ୍ତର ବସିବା ମଧ୍ୟ ସମ୍ଭବ ହେଲାନି ନୂଆଁ କୋଠା।ଠିକାଦାର ଓ ଦାୟିତ୍ୱରେ ଥିବା ଯନ୍ତ୍ରୀ ଏହାକୁ ମାରି ଖାଇଦେଲେ।ହେଲେ ନୀରବ ପ୍ରଶାସନ ଓ ରାଜ୍ୟ ସରକାର।ଲୋକଙ୍କ ଅର୍ଥରେ ଲୋକଙ୍କ ପାଇଁ ନବ ନିର୍ମିତ କୋଠା କାମରେ ନଆସିବା ନେଇ କାହାକୁ କରାଯିବ ଦାୟୀ।ଏହାକୁ ନେଇ ଉଠିଛି ବଡ ପ୍ରଶ୍ନ।ଏହି ପ୍ରଶ୍ନର ଉତ୍ତର ଦେବ କିଏ ଓ ଏଥିପାଇଁ ଉତ୍ତରଦାୟୀ କିଏ ହେବ ତାହାହିଁ ବିରାଟ ପ୍ରଶ୍ନ ହୋଇ ଠିଆହେଲାଣି।କୋଠାର ବିଲ୍ କରିଥିବା ଯନ୍ତ୍ରୀ ଓ ଅଧିକାରୀଙ୍କୁ ଏହି କାମ ଯୋଗୁଁ ଦାୟୀ କରିବା ସହିତ କାମ କରିଥିବା ଠିକାଦାରଙ୍କୁ କଳା ତାଲିକାଭୁକ୍ତ କରିବାକୁ ଜନ ସାଧାରଣ ଦାବି କରି ସେମାନଙ୍କ ଠାରୁ ଏହାର ଅର୍ଥ ଭରଣା ଆଣିବାକୁ ଜନମତ ତୀବ୍ର ହେବାକୁ ଲାଗିଲାଣି। ଏ ସମ୍ପର୍କରେ ଯୁଯୁମୁରା ସିଏଚସିର ଭାରପ୍ରାପ୍ତ ଅଧୀକ୍ଷକ ଡାକ୍ତର ଲୋକନାଥ ପ୍ରଧାନ ମଧ୍ୟ ଘଟଣାକୁ ସ୍ବୀକାର କରିଛନ୍ତି ଏବାବଦରେ ସେ ସିଡିଏମଓ, ନିରୀକ୍ଷଣ ଯନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି। ଏନେଇ ଗତ ପଞ୍ଚାୟତ ସମିତି ବୈଠକରେ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଇଛି।ବିଡିଓ ତହସିଲଦାର ଠାରୁ ଆରମ୍ଭ କରି ବ୍ଲକ୍ ଅଧ୍ୟକ୍ଷା,ଉପାଧ୍ୟକ୍ଷା, ସରପଞ୍ଚ୍ ,ସମିତି ସଭ୍ୟ/ସଭ୍ୟା ସମସ୍ତେ ଜାଣିବି ମୁହଁ ଚୁପ୍ କରି ବସିଛନ୍ତି।ଲୋକାର୍ପିତ ହେବା ୧ ବର୍ଷ ପରେ ଏଭଳି ଦୁରାବସ୍ଥାର ବାସ୍ଥବତା ଲୋକଲୋଚନକୁ ଆସିବା ପରେ ଏହି ବ୍ଲକ୍ ର ଯୋନଂ-୧ର ଲୋକାର୍ପିତ ହେବାକୁ ଥିବା ପଡିଆବାହାଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଅବସ୍ଥା ମଧ୍ୟ ବର୍ତ୍ତମାନ ପଦାରେ ପଡିଛି।ସ୍ଥାନୀୟ ସରପଞ୍ଚ ସରସ୍ବତୀ ଭୋସାଗରଙ୍କ ଉପସ୍ଥିତି ରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଯନ୍ତ୍ରୀ ,ଅଧିକାରି ଓ ସ୍ଥାନୀୟ ମେଡିକାଲ ଷ୍ଟାପ୍ ର ମିଳିତ ଏକ ଟିମ ଏହାର ଅନୁଧ୍ୟାନ କରିବା ସମୟରେ ସ୍ଥାନୀୟ ସାମାଜିକ କର୍ମୀ ଡା.ରାଜାରାମ ଷଡଙ୍ଗୀ
ଏଥିରେ ଆପତ୍ତି ଉଠାଇ ଚାରିପଟରୁ ପାଣି କୋଠା ଭିତରେ ପ୍ରବେଶ କରୁଥିବା ଓ ସୁରକ୍ଷା ଦୃଷ୍ଟି କୋଣରୁ ପଛ ଗେଟର ଅନାବଶ୍ୟକତାକୁ ଦୃଷ୍ଟିକୁ ନେଇ ଏହାର ତୁରନ୍ତ ସମାଧାନ କରିବାକୁ ଜଣାଇଥିଲେ।ଏପରିକି ଯୁଯୋମୁରା ଭଳି ଭଳି ତରବର ନହୋଇ ସମସ୍ୟାର ସମାଧାନ ନକରି ତରବରିଆ ଭାବେ ଲୋକାର୍ପଣ କଲେ ଯୁଯୋମୁରା ଭଳି ଅବସ୍ଥାର ପୁନରାବୃତ୍ତି ହେବ ବୋଲି ପୁର୍ବରୁ ସୂଚାଇ ଦେଇଥିଲେ।କୋଠା ନିର୍ମାଣ ଦିନଠୁ ଏଭଳି ସମସ୍ୟା ଦେଖାଦେବା ନେଇ ବହୁ ପୁର୍ବରୁ ଜଣାଇଦିଆଯାଇଥିଲେ ମଧ୍ୟ ଏଥି ପ୍ରତି କାହାର ଭୃକ୍ଷେପ ନଥିଲା। ଏପରିକି ମେଡିକାଲ କାନ୍ଥର ରଙ୍ଗ ପରିବର୍ତ୍ତନ କରିବା,ମେଡିକାଲକୁ ସ୍ଥାୟୀ ରାସ୍ତା ନିର୍ମାଣ କରିବା,ସୁରକ୍ଷା ଦୃଷ୍ଟି କୋଣରୁ ମେଡିକାଲ ଚାରିପଟେ ପାଚେରୀ ନିର୍ମାଣ କରିବା ଭଳି ମୌଳିକ ସମସ୍ୟାର ଆଶୁ ସମାଧାନ କରିବାକୁ ବିଭିନ୍ନ ମହଳରୁ ଦାବି କରାଯାଉଥିଲେ ମଧ୍ୟ ଏହାକୁ ଅଣଦେଖା କରାଯିବା ରହସ୍ୟ କ’ଣ ବୁଝା ପଡୁନି।ଏଣୁ ଲୋକାର୍ପିତ ପୁର୍ବରୁ ଜିଲ୍ଲା ପ୍ରଶାସନ ଏହାକୁ ନିରୀକ୍ଷଣ କରି ଠୋସ୍ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।