Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱଂୟ ସହାୟକ ଗୋଷ୍ଠୀ ମହିଳା ସଦସ୍ୟ ଙ୍କ ସହ  ଆଲୋଚନା କଲେ ଜିଲ୍ଲାପାଳ

ପଟ୍ଟାଙ୍ଗି୨୭/୦୭ସୀମାନ୍ତ ଅଞ୍ଚଳ ମହିଳା କିପରି ରୋଜଗାର କ୍ଷମ ହୋଇ ପାରିବେ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲକ ର ସହଯୋଗରେ ଆରମ୍ଭ ହୋଇଥିବା ପ୍ରୟାସ କୁ ନିଯେ ଜିଲ୍ଲାପାଳ ପହଞ୍ଚି ପରକ୍ଷି ବା ସହ ବିଭିନ୍ନ ସ୍ୱଂୟ ସହାୟକ ଗୋଷ୍ଠୀର ମହିଳା ସଦସ୍ୟ ଙ୍କ ସହ ସାକ୍ଷାତ କରି ରୋଜଗାର ସମ୍ପର୍କରେ ସିଧାସଳଖ ଆଲୋଚନା କରିଥିଲେ । ଏହିପରି ଦୃଶ୍ୟ ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅଧିନସ୍ଥ ପେଟୁରୁ ପଞ୍ଚାୟତ ନିକଟରେ ରହିଥିବା ତଥା ରାସ୍ତା ପାର୍ଶ୍ଵରେ ଖାଲି ପଡି ରହିଥିବା ବିଏସଏଫ୍ କ୍ୟାମ୍ପ୍ ପରିସରରେ । ସୂଚନା ମୁତାବକ କୋରାପୁଟ ଜିଲ୍ଲାପାଳ ଭି କିର୍ତ୍ତି ଭାସନ ସ୍ଥାନୀୟ ବ୍ଲକ ସଦର ମହକୁମାରେ ପହଞ୍ଚି ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ ଙ୍କ ସହ ଏକ ପ୍ରତିନିଧି ଦଳ ପ୍ରମୁଖ ଙ୍କୁ ନିଜ ସାଥିରେ ନେଇ ଉପରୋକ୍ତ କ୍ୟାମ୍ପ୍ ରେ ପହଞ୍ଚି ଥିଲେ । ଏହିପରି କି ଗତ ୧୩ ତାରିଖ ଦିନ ବ୍ଲକ ପ୍ରଶାସନ ସହ ପୋଲିସ ବିଭାଗର ଉଚ୍ଚ ଅଧିକାରୀ ଉଭୟଙ୍କ ସହ ଆଲୋଚନା ପରେ ଉକ୍ତ କ୍ୟାମ୍ପ୍ ହସ୍ତାନ୍ତର କରା ଯାଇଥିଲା । ଯାହା ବର୍ତ୍ତମାନ ଉକ୍ତ କ୍ୟାମ୍ପ୍ ବ୍ଲକର ସୀମାନ୍ତ ପଞ୍ଚାୟତ ଗୁଡିକର ମହିଳା ମାନଙ୍କ ରୋଜଗାର ସ୍ଥାନ ପାଲଟିବା କୁ ଯାଉଥିବା ବେଳେ ଜିଲ୍ଲାପାଳ ପହଞ୍ଚି କ୍ୟାମ୍ପ୍ ର ସ୍ଥିତି ଅନୁଧ୍ୟାନ କରିବା ସହ ଉପସ୍ଥିତ ମହିଳା ଗୋଷ୍ଠୀର ସଦସ୍ୟଙ୍କ ଆଲୋଚନା କରି ଜିଲ୍ଲାର ବୋରିଗୁମ୍ମା ଏବଂ ବୈପାରିଗୁଡା ଦୁଇଟି ବ୍ଲକରେ ମହିଳା ମାନେ କିପରି ତାଲିମ ନେଇ ବିଭିନ୍ନ ସାମଗ୍ରୀ ତିଆରି କରି ରୋଜଗାର କରୁଛନ୍ତି ସେ ସମ୍ପର୍କରେ ପଟ୍ଟାଙ୍ଗି ବିଡ଼ିଓ ତୁମ ମାନଙ୍କୁ ସେଠି ପଠାଇ ଦେଖାଇବା ବ୍ୟବସ୍ଥା କରିବେ ବୋଲି କହିଥିଲେ । ଏହାପରେ ଜିଲ୍ଲାପାଳ ଉକ୍ତ ସ୍ଥାନରୁ ବାହାରି ନିକଟରେ ରହିଥିବା ଅମ୍ପାବାଲି ପଞ୍ଚାୟତ କୁରୁଲି ଗ୍ରାମ ନିକଟରେ ଭାରତମାଳା ରାସ୍ତା ନିର୍ମାଣ କାର୍ଯ୍ୟ ରେ ଚାଲିଥିବା ଓଡି ୦୮ ଟ୍ରନେଲ୍ ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହ ଉପସ୍ଥିତ ଇଂଞ୍ଜିନିୟର ମାନଙ୍କ ସହ ନିର୍ମାଣ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରି ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ । ସେହିପରି ଏହିପରେ ଜିଲ୍ଲାପାଳ ଉକ୍ତ ପଞ୍ଚାୟତ ର ପେଦାପାଡୁ ଗ୍ରାମରେ ନିର୍ମାଣ ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୃହ କାର୍ଯ୍ୟ ତଦାରଖ କରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ମିଶନ ଶକ୍ତି ର ହୋଇଥିବା ନୂତନ ଗୃହ କୁ କିପରି ଯାତାୟାତ ନିମନ୍ତେ ରାସ୍ତା ନିର୍ମାଣ ହୋଇ ପାରିବ ସେନେଇ ଉପସ୍ଥିତ ବ୍ଲକ ର ଯନ୍ତ୍ରୀ ମାନଙ୍କ ସହ ଆଲୋଚନା କରି ଏକ ପ୍ରକଳ୍ପ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇ ବିଡ଼ିଓ ପଟ୍ଟନାୟକ ଏବଂ ଅନ୍ୟ କର୍ମଚାରୀ ମାନଙ୍କ ସହ ଚାଲିଥିବା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ର ଅଗ୍ରଗତି ସମ୍ପର୍କରେ ଆଲୋଚନା କରି ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇ ଫେରି ଯାଇଥିଲେ । ଜିଲ୍ଲାପାଳ ଙ୍କ ଏହି ଗସ୍ତ ସମୟରେ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଙ୍କ ସହ ଏପିଓ ସୈମ୍ୟନ୍ଦ୍ର ନାୟକ ଏବଂ ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ