Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେବି କଲେଜରେ ଗଣ୍ଡଗୋଳ; ୩ ଛାତ୍ର ଗୁରୁତର

ଭୁବନେଶ୍ୱର: ଶନିବାର କ୍ୟାମ୍ପସ ଖେଳ ପଡିଆରେ କ୍ରିକେଟ୍ ଖେଳିବା ନେଇ ଯୁକ୍ତିତର୍କ ପରେ କିଛି ବାହାର ଲୋକ ଆକ୍ରମଣ କରିଥିଲେ। ଏଥିରେ ବିଜେବି କଲେଜର ତିନିଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି।

ସୂଚନାନୁସାରେ, ସମସ୍ତ ଆକ୍ରମଣକାରୀ ହେଲେ ଅଣ ଛାତ୍ର। ଯେଉଁମାନେ କ୍ରିକେଟ୍ ଖେଳିବାକୁ ନେଇ ଛାତ୍ରମାନଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହି ମାମଲାରେ ୫ ଜଣଙ୍କୁ ଅଟକ ରଖାଯାଇଛି। ଏହି ଆକ୍ରମଣ ପରେ ତିନି ଆହତ ଛାତ୍ରଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଛାତ୍ରମାନେ କଲେଜ ପଡ଼ିଆରେ ସକାଳେ କ୍ରିକେଟ୍ ଖେଳୁଥିଲେ ସେ‌ତେବେଳେ କିଛି ବାହାର ପିଲା ଆସି ସେମାନଙ୍କୁ ଯିବାକୁ କହିଥିଲେ। ପାଟିତୁଣ୍ଡ ପରେ ପରେ ୩ ଜଣ ଛାତ୍ରଙ୍କୁ ଅଣ ଛାତ୍ରମାନେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ।