Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋବରା ସମ୍ବାଦ ସାହିତ୍ୟ ଘର ଓ କେଶବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ବୃକ୍ଷରୋପଣ

ବେଲଗୁଣ୍ଠା,28/07, ବିଦ୍ୟାଳୟ ସ୍ତରୀୟ ଶିକ୍ଷା ସପ୍ତାହ ପାଳନ ଅବସରରେ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ଗୋବରା ଶାଖା ଏବଂ ପଳାଶପଲ୍ଲୀ ସ୍ଥିତ କେଶବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ଏକ ମେଗା ବୃକ୍ଷରୋପଣ ତଥା ଗ୍ରାମବାସୀଙ୍କୁ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଅଶୋକ କୁମାର ଗୌଡ଼ ଏବଂ ଗ୍ରାମ୍ୟ ସଭାପତି ତଥା ଶିକ୍ଷକ ରାଜ୍ କୁମାର ସ୍ଵାଇଁଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥ୍ଵୀରାଜ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ସମାଜସେବୀ ଶୂଳପାଣି ଶତପଥୀ,ଦକ୍ଷିଣ ଘୁମୁସର ବନଖଣ୍ଡ ସେକ୍ସନ ଅଧିକାରୀ ଅଶୋକ ସାହୁ,ଗାଙ୍ଗପୁର ବନପାଳ ଜୀବାନନ୍ଦ ତ୍ରିପାଠୀ,ଲାଠିପଡା ବନପାଳ ଅମ୍ରିତା ଜେନା,ଅନୁଷ୍ଠାନ ପ୍ରଧାନ ଶିକ୍ଷକ ରଞ୍ଜିତ୍ କୁମାର ପାତ୍ର, ବିଦ୍ୟାଳୟ ପରିଚାଳନା ସଭାପତି ସୁଦାମ ଚରଣ ଗୌଡ଼, ସମ୍ପାଦକ ଅଶୋକ ସ୍ଵାଇଁ,ଗ୍ରାମା ସମ୍ପାଦକ ଲମ୍ବୋଦର ବିଷୋୟୀ,ଶିକ୍ଷକ ତଥା ପ୍ରକୃତି ବନ୍ଧୁ ଦ୍ୱିତୀକୃଷ୍ଣ ଲେଙ୍କା,ଛାତ୍ରୀ ପ୍ରୟାସୀ ପ୍ରଜ୍ଞା ଲେଙ୍କା, ଶିକ୍ଷୟିତ୍ରୀ ରେଶମା ସ୍ଵାଇଁ, ବେଲଗୁଣ୍ଠା ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ର,ସମ୍ବାଦ ସାହିତ୍ୟ ଘର ସହସମ୍ପାଦକ ଶିଶିର କୁମାର ସ୍ଵାଇଁ ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀଙ୍କୁ ବୃକ୍ଷରୋପଣର ମହତ୍ତ୍ୱ ଏବଂ ଗୁରୁତ୍ୱ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ I ଏହି ଅବସରରେ ବିଦ୍ୟାଳୟ ତରଫରୁ ଗତ ଦଶମ ଶ୍ରେଣୀ ପରୀକ୍ଷାରେ 548 ମାର୍କ୍ ରଖି ଏ ୱାନ୍ ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ତଥା ମାତା ପ୍ରିୟମ୍ବଦା ମହାନ୍ତି ଏବଂ ପିତା ପ୍ରଫୁଲ୍ଲ ଚନ୍ଦ୍ର ଲେଙ୍କାଙ୍କ ସୁପୁତ୍ରୀ ପ୍ରୟାସୀ ପ୍ରଜ୍ଞ ଲେଙ୍କାଙ୍କୁ ପ୍ରତିଭା ସମ୍ମାନ-2024 ଏବଂ ପ୍ରକୃତି ବନ୍ଧୁ ଦ୍ୱିତୀକୃଷ୍ଣ ଲେଙ୍କାଙ୍କୁ ପ୍ରକୃତି ପୂଜାରୀ-2024 ସମ୍ମାନରେ ସମ୍ମାନିତ କରାଯାଇଥିଲା I ଏହା ସହିତ ଗ୍ରାମରେ ପରିବେଶ ସଚେତନତା ଶୋଭାଯାତ୍ରା, ପ୍ରତ୍ଯେକ ଘରକୁ ଚାରା ବଣ୍ଟନ, ମାଆ ପାଇଁ ଗଛଟିଏ, ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I କାର୍ଯ୍ୟକ୍ରମରେ ସବୁଠାରୁ ଆକର୍ଷଣୀୟ ଦିଗଟି ଥିଲା ଛାତ୍ରୀ ପ୍ରୟାସୀ ପ୍ରଜ୍ଞା ଲେଙ୍କାଙ୍କ ନିଆରା ପ୍ରୟାସ I ସେ ଚଳିତ ବର୍ଷ 548 ନମ୍ବର୍ ରଖି ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ନିଜ ମାର୍କ୍ ସହିତ ସମତୁଲ କରି 548 ଟି ଚାରା ରୋପଣ ପାଇଁ ବିଜ୍ଞାନ ଶିକ୍ଷକ ଅଶୋକ କୁମାର ଗୌଡଙ୍କ ପରାମର୍ଶ କ୍ରମେ ଆଗେଇ ଆସିଥିଲେ I ଏହି ପ୍ରରିପ୍ରେକ୍ଷୀରେ ଆଜି ଆମ୍ବ, ନିମ୍ବ, ପିଜୁଳି, କରଞ୍ଜ, ଅଁଳା, ଶିଶୁ,ଶାଗୁଆନ୍, ବଉଳ ଭଳି ବିଭିନ୍ନ ରକମର ଚାରା ରୋପଣ କରାଯିବା ସହିତ ବଣ୍ଟନ କରାଯାଇଥିଲା I ଏହା ସହିତ ଗତ କାର୍ଗିଲ୍ ବିଜୟ ଦିବସରେ ବିଦ୍ୟାଳୟରେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା I କାର୍ଯ୍ୟକ୍ରମରେ ସମ୍ବାଦ ସାହିତ୍ୟ ଘର ସଦସ୍ୟ ସଞ୍ଜୟ ମେହେର୍, କାହ୍ନୁ ଚରଣ ବିଷୋଇ, ଅଜୟ,ପ୍ରଦୀପ, ସାଗର,ରୂପସ୍ୱୀନୀ, ଶିବାନୀ, ସମୀର୍, ପ୍ରଫୁଲ୍ଲ ଚନ୍ଦ୍ର ଲେଙ୍କା, ବନ କର୍ମଚାରୀ ଶିବରାମ ବିଷୋୟୀ,ମନୋଜ୍ ନାୟକ, ଶିବାନନ୍ଦ ଦଳାଇ, କାହ୍ନୁ ପାଳ, ନିରଞ୍ଜନ ସ୍ୱାଇଁ,ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ ପ୍ରିୟମ୍ବଦା ମହାନ୍ତି ,ପ୍ରଫୁଲ୍ଲ ଚନ୍ଦ୍ର ଲେଙ୍କାଙ୍କ ସମେତ ସ୍ୱୟଂ ସହାୟିକା ଗୋଷ୍ଠୀ ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା କମିଟି,ଗ୍ରାମ୍ୟ କମିଟି,ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ସହଯୋଗ କରିଥିଲେ I ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories