Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିମିଳିପାଳରେ ହେବ କଳାବାଘ ସଫାରୀ, ସିଜେଡଏ ଦେଲା ଗ୍ରୀନ ସିଗ୍ନାଲ

ଭୁବନେଶ୍ୱର: ଶିମିଳିପାଳରେ କଳାବାଘ ସଫାରୀ ପ୍ରକ୍ରିୟା ଆଉ ପାଦେ ଆଗେଇଛି। ସେଣ୍ଟ୍ରାଲ ଜୁ ଅଥରିଟି (ସିଜେଡଏ)ରୁ ଅନୁମତି ମିଳିଛି। ଏନଟିସିଏ ପରେ ସେଣ୍ଟ୍ରାଲ ଜୁ ଅଥରିଟିରୁ ଅନୁମତି ମିଳିଥିବା ନେଇ ସୋମବାର ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ।

ସୂଚନା ଅନୁଯାୟୀ, ବାରିପଦାରୁ ୧୦କିମି ଦୂରରେ ୧୦୦ ଏକର ଜାଗାରେ ମଞ୍ଚିଆପଡାରେ କଳାବାଘ ସଫାରୀ ହେବ। ନନ୍ଦନକାନନରେ କଳା ଜିନ ଥିବା ବାଘକୁ ନେଇ ସେଠାରେ ଛଡାଯିବ। ଚଳିତ ବର୍ଷ ଶେଷ ସୁଦ୍ଧା ଏହା ପର‌୍ୟ୍ୟଟକଙ୍କ ପାଇଁ ଖୋଲା ଯିବ। ସେଠାରେ ବାଘଙ୍କ ପାଇଁ ଏକ ହସ୍ପିଟାଲ ମଧ୍ୟ ତିଆରି ହେବ ବୋଲି କହିଛନ୍ତି ବନ୍ୟ ପ୍ରାଣୀ ପିସିସିଏଫ୍‌।

ଓଡ଼ିଶା ବାଘଙ୍କ ପାଇଁ ସୁରକ୍ଷିତ ବାସସ୍ଥାନ ହୋଇଥିବାରୁ ହଜାର ହଜାର କିମି ଅତିକ୍ରମ କରି ଓଡ଼ିଶା ମୁଁହା ହେଉଛନ୍ତି ମହାବଳ ବାଘ। ୨୦୧୩ରେ ନନ୍ଦନକାନନକୁ ଆସିଥିବା ବାଘ ନନ୍ଦନ ସେଣ୍ଟ୍ରାଲ ଇଣ୍ଡିଆ ଲେଣ୍ଡସ୍କେପରୁ ଆସିଥିବା ଜେନେଟିକ ଷ୍ଟଡିରୁ ଜଣାପଡିଛି।

ନିକଟ ଅତୀତରେ ଦୁଇଟି ବାଘ ସେଣ୍ଟ୍ରାଲ ଇଣ୍ଡିଆ ଲେଣ୍ଡ ସ୍କେପରୁ ଆସି ଓଡ଼ିଶାରେ ରହୁଛନ୍ତି। ରାଜ୍ୟରେ ବାଘ ସଂଖ୍ୟା ବଢୁଥିବା ବେଳେ ଏହା ଦ୍ୱାରା ଆହୁରି ବୃଦ୍ଧି ପାଇବ ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ