Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତକୁ ଦ୍ୱିତୀୟ ପଦକ, ମନୁ ଭାକର-ସବରଜୋତ ସିଂ ଯୋଡି ଜିତିଲେ ବ୍ରୋଞ୍ଜ

ପ୍ୟାରିସ: ସୁଟିଂରେ ଭାରତକୁ ଆଉ ଏକ କାଂସ୍ୟ ପଦକ । ପ୍ୟାରିସ ଅଲିମ୍ପିକ୍ସରେ ୧୦ ମିଟର ଏୟର ପିସ୍ତଲ ମିଶ୍ରିତ ବର୍ଗରେ ଭାରତର ମନୁ ଭାକର ଓ ସରବଜୋତ ସିଂଙ୍କ ଯୋଡି କମାଲ କରିଛନ୍ତି । ଏହି ଯୋଡି ଦକ୍ଷିଣ କୋରିଆର ଯୋଡିଙ୍କୁ ହରାଇ ଦେଶ ପାଇଁ ଦ୍ୱିତୀୟ କାଂସ୍ୟ ପଦକ ଜିତିଛନ୍ତି । ଏହା ପୂର୍ବରୁ ମନୁ ଭାକର ବ୍ୟକ୍ତିଗତ ବର୍ଗରେ କାଂସ୍ୟ ପଦକ ଜିତିଥିଲେ । ଏହା ସହିତ ସେ ସ୍ୱାଧୀନ ଭାରତର ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିବାରେ ପ୍ରଥମ ଭାରତୀୟ ହେବାର ଇତିହାସ ରଚିଛନ୍ତି ।

ଏହା ପୂର୍ବରୁ ସେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ଜିତି ଭାରତକୁ ପ୍ରଥମ ବିଜୟ ଭେଟି ଦେଇଥିଲେ। ସେହିପରି ସରବଜୋତ ସିଂହ ମଧ୍ୟ ବ୍ୟକ୍ତିଗତ ରେକର୍ଡ କରିଛନ୍ତି। ସେ ପ୍ରଥମ ଥର ବ୍ରୋଞ୍ଜ ବିଜୟୀ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁଇ ଆଥଲେଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।  

ମନୁ ଭାକର ୧୦ ମିଟର ଏୟାର ପିସ୍ତଲ ଏକକ ବର୍ଗରେ ଦେଶ ପାଇଁ ଚଳିତ ଅଲିମ୍ପିକ୍ସରେ ପ୍ରଥମ ପଦକ ଜିତିଛନ୍ତି । ଏବେ ସେ ଭାରତକୁ ଦ୍ୱିତୀୟ ପଦକ ଜିତାଇବାରେ ବହୁତ ବଡ ଯୋଗଦାନ ଦେଇଛନ୍ତି । ଦ୍ୱିତୀୟ ପଦକ ଜିତିବା ସହ ମନୁ ଇତିହାସ ରଚିଛନ୍ତି । ଭାରତ ସ୍ୱାଧୀନ ହେବା ପରେ ମନୁ ଭାକର ପ୍ରଥମ ଆଥଲେଟ୍ ଭାବେ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଛନ୍ତି । ଏହା ପୂର୍ବରୁ ଅନେକ ଭାରତୀୟ ଆଥଲେଟ ଭିନ୍ନ ଭିନ୍ନ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତି ସାରିଛନ୍ତି । ମାତ୍ର ମନୁ ଗୋଟିଏ ଅଲିମ୍ପିକ୍ସରେ ଏହି କମାଲ କରି ଦେଖାଇଛନ୍ତି ।