Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା: ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ

ଜମନକିରା : ଜମନକିରା ବ୍ଲକ ଭିସି ହଲରେ ଆଜି ବିଡ଼ିଓ ସୁଶ୍ରୀ ରୀନା ନାଏକଙ୍କ ଅଧ୍ୟକ୍ଷତାରେ ସ୍ୱାଧୀନତା ଦିବସ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠିତ ଉକ୍ତ ବୈଠକରେ ଆସନ୍ତା ଅଗଷ୍ଟ ୧୫ ତାରିଖରେ ହେବାକୁ ଥିବା ସ୍ୱାଧୀନତା ଦିବସର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା। ଏଥିରେ ଜମନକିରା ସଦର ମହକୁମା ପାଖାପାଖି ଥିବା ସ୍କୁଲ ଗୁଡିକରୁ ଛାତ୍ରୀ ଛାତ୍ର ମାନେ ପ୍ୟାରେଡ ପଡ଼ିଆରେ ଯୋଗ ଦେବା ପାଇଁ ସିଦ୍ଧାନ୍ତ ହୋଇଥିଲା। ପ୍ରତ୍ୟୁଷ ସାଢେ଼ ୫ ଟା ସମୟରେ ପ୍ରଭାତ ଫେରି ହେବାକୁ ଥିବା ବେଳେ ପୂର୍ବାହ୍ନ ୮ ଟା ସମୟରେ ଛାତ୍ରୀ ଛାତ୍ର ମାନେ ପ୍ୟାରେଡ ପଡ଼ିଆରେ ପହଞ୍ଚିବେ। ୯ ଟା ସମୟରେ ପତାକା ଉତ୍ତୋଳନ କରାଯିବ। ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରୟଣ ନାୟକ ଯୋଗ ଦେବା ପାଇଁ ଅନୁରୋଧ କରାଯିବ। ଯଦି ତାଙ୍କ ଅନ୍ୟଠାରେ କାର୍ଯ୍ୟକ୍ରମ ଥିବ, ତାହେଲେ ପଞ୍ଚାୟତ ସମିତି ଅଧ୍ୟକ୍ଷା ପତାକା ଉତ୍ତୋଳନ କରିବେ ବୋଲି ନିଷ୍ପତି ହୋଇଥିଲା। ଉକ୍ତ ଦିନ ବିଭିନ୍ନ ବର୍ଗରରେ ଶ୍ରେଷ୍ଠତା ଲାଭ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ମର୍ଦ୍ଧନା ଦେବା ଉପରେ ଗୁରୁତ୍ୱାରୋପ କରାଯାଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା କୃତି ଛାତ୍ରୀ ଛାତ୍ର ଙ୍କୁ ପୁରସ୍କୃତ କରାଯିବ ବୋଲି କୁହାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଅଶ୍ରିତା ଭୋଇ, ତହସିଲଦାର ହରେକୃଷ୍ଣ ବରିହା, ଏବିଡ଼ିଓ ରବୀନ୍ଦ୍ର ରଣା, ସହକାରୀ ନିର୍ବାହୀ ଯନ୍ତ୍ରୀ ସାଲିନି ସିଂ, ସିଡ଼ିପିଓ ମମତା ପଟେଲ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ଖେଳ ଶିକ୍ଷକ, ପ୍ରତିଷ୍ଠିତ ବ୍ୟକ୍ତି, ସମାଜ ସେବୀ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ କୁ ବିଡ଼ିଓ ସୁଶ୍ରୀ ନାଏକ ପରିଚାଳନା କରିଥିବା ବେଳେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଐଶର୍ଯ୍ୟ ନାୟକ ସହଯୋଗ କରିଥିଲେ। ଶେଷରେ ଆକାଉଣ୍ଟ ଅଫିସର ଋଷଭ ମଝି ଧନ୍ୟବାଦ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ