Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଡ଼ିରୁ ମୋଟା ଅଙ୍କର ଟଙ୍କା ଜବତ ଘଟଣା, ବନ୍ଧା ହେଲେ ବିଡିଓ ମ୍ୟାଡମ

ଭୁବନେଶ୍ୱର: ଗାଡ଼ିରୁ ମୋଟା ଅଙ୍କର ଟଙ୍କା ଜବତ ଘଟଣାରେ ବନ୍ଧା ହେଲେ ବିଡିଓ ମ୍ୟାଡାମ୍। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବିଡ଼ିଓ ଅକ୍ଷମିତା କାର୍ତ୍ତିକଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଏଥିସହ ଭିଜିଲାନ୍ସ ପକ୍ଷରୁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି।

ଗତକାଲି ବିଡିଓ ମ୍ୟାଡାମ୍ ଭବାନୀପାଟଣା ଡିଆରଡିଏ ସମ୍ମିଳନୀ କକ୍ଷରେ ହେଉଥିବା ରିଭ୍ୟୁ ମିଟିଂରେ ଯୋଗ ଦେଇ ନିଜର ସହକର୍ମୀଙ୍କ ସହ ସରକାରୀ ଗାଡ଼ିରେ ଫେରିବା ବେଳେ ତାଙ୍କ ଗାଡ଼ିରୁ ୪ ଲକ୍ଷ ୯୪ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ତେବେ ଏହି ଟଙ୍କା ସଂପର୍କରେ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଯାହାକୁ ନେଇ ଭିଜିଲାନ୍ସ ଅଧିକାରୀଙ୍କର ସନ୍ଦେହ ବଢ଼ିଥିଲା। ବିଡିଓ ମାଡାମଙ୍କୁ ଅଟକ ରଖି ଏତେ ଟଙ୍କା କେଉଁଠୁ ଆଣିଲେ, କିଏ ଏହି ଟଙ୍କା ଦେଲା ସେହି ସଂପର୍କ ପଚରାଉଚରା କରିଥିଲା ଭିଜିଲାନ୍ସ। ଆଜି ତାଙ୍କୁ ଗିରଫ କରାଯାଇଛି।

ଭିଜିଲାନ୍ସ ଅଧିକାରୀଙ୍କ କହିବା ମୁତାବକ, ବିଡିଓ ଅକ୍ଷମିତା କାର୍ତ୍ତିକଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଅଭିଯୋଗ ରହିଛି। ଦୁର୍ନୀତି ଅଭିଯୋଗରେ ତାଙ୍କ ବିରୋଧରେ ଦୁଇଥର ବିଭାଗୀୟ ତଦନ୍ତ ମଧ୍ୟ ହୋଇଛି। ଏପରିକି ପୋଲିସ କେସ୍ ମଧ୍ୟ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ