ବ୍ରହ୍ମପୁର ନିଷ୍ଟ ଇଞ୍ଜିନିଅରିଂ କଲେଜର ପ୍ରତିଷ୍ଠାତା ସଂଗ୍ରାମ ମୁଦାଲିଙ୍କ ପରଲୋକ


ଭୁବନେଶ୍ୱର: ବ୍ରହ୍ମପୁର ନିଷ୍ଟ ଇଞ୍ଜିନିଅରିଂ କଲେଜର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ବିଜ୍ଞାନ ଓ ଅଦୌଗିକି ସଂସ୍ଥାର ନିର୍ଦ୍ଦେଶକ ପ୍ରଫେସର ସଂଗ୍ରାମ ମୁଦୁଲିଙ୍କ ପରଲୋକ ଘଟିଛି । ଶୁକ୍ରବାର ଭୁବନେଶ୍ୱର ସ୍ଥିତ ବାସଭବନରେ ହୃଦଘାତରେ ତାଙ୍କର ପ୍ରାଣହାନୀ ଘଟିଛି । ତାଙ୍କ ବିୟୋଗରେ ଶିକ୍ଷା ମହଲରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ଏକମାତ୍ର ପୁତ୍ର ଆମେରିକାରେ ପଢୁଛନ୍ତି । ସେ ଆସିଲେ ପ୍ରଫେସର ମୁଦାଲିଙ୍କ ଅନ୍ତିମ ସଂସ୍କାର ହେବ ।

ପ୍ରଫେସର ମୁଦାଲି ଭାରତର ରାଷ୍ଟ୍ରୀୟ ବିଜ୍ଞାନ ଓ ଅଦୌଗିକି ସଂସ୍ଥାର ନିର୍ଦ୍ଦେଶକ ପଦରେ କାର୍ଯ୍ୟରତ ଥିଲେ । ସେ ଆମେରିକା ଓ ଭାରତରେ ଅନେକ ବହୁ ରାଷ୍ଟ୍ରୀୟ କମ୍ପାନୀ ସହିତ କାମ କରିବା ପରେ ଓଡିଶା ଫେରିଥିଲେ । ସେ ରାଜ୍ୟରେ ବୈଷେୟିକ ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିଥିଲେ । ରାଜ୍ୟର ବୈଷେୟିକ ଶିକ୍ଷା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି ।

ସେ ଦିଙ୍ଗତ ମାଧ୍ୟମରେ ଦକ୍ଷିଣ ଓଡିଶାର ଗରିବ ଓ ମେଧାବୀ ଛାତ୍ର-ଛାତ୍ରୀଙ୍କୁ ଶିକ୍ଷାଦାନ କରବାରେ ନିଜକୁ ନିୟୋଜିତ କରିଥିଲେ । ଏହି ବିଦ୍ୟାଳୟ ଓଡିଶାର ସବୁଠୁ ଗରିବ ଜିଲ୍ଲାଗୁଡିକରୁ ୫୦୦ରୁ ଆଦିବାସୀ ଛାତ୍ର-ଛାତ୍ରୀଙ୍କୁ ମାଗଣା ଶିକ୍ଷା, ମାଗଣା ଆବାସ ଓ ଭୋଜନ ପ୍ରଦାନ କରିଥିଲେ । ଏହା ଅଣ ସରକାରୀ କ୍ଷେତ୍ରରେ ଆଦିବାସୀ ଛାତ୍ରଙ୍କ ପାଇଁ ଦ୍ୱିତୀୟ ସବୁଠ ବଡ ବିଦ୍ୟାଳୟ ।

ସମାଜକୁ ନିଃସ୍ୱାର୍ଥ ସେବା ପ୍ରଦାନ କରିବା ଓ ରାଜ୍ୟର ବଞ୍ଚିତ ସମୁଦାୟ ପର୍ଯ୍ୟନ୍ତ ଶିକ୍ଷା ପହଞ୍ଚାଇବାରେ ଉଲ୍ଲେଖନୀୟ ଅବଦାନ ଗ୍ରହଣ କରିଥିବା ପ୍ରଫେସର ମୁଦାଲିଙ୍କୁ ଆଇଆଇଟି କାନପୁର ପ୍ରତିଷ୍ଠିତ ବିଶିଷ୍ଟ ପୂର୍ବତନ ଛାତ୍ର ପୁରସ୍କାର ୨୦୧୭ରେ ସମ୍ମାନିତ କରାଯାଇଥିଲା । ଏହା ବ୍ୟତୀତ ସେ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ତାଙ୍କ ବିୟୋଗ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିବ ।