Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଣିକି ସ୍କୁଲକୁ ଗାଡି ନେଇ ଆସି ପାରିବେନି ଛାତ୍ର-ଛାତ୍ରୀ, ସ୍କୁଲଗୁଡିକୁ ତାଗିଦ୍ କରାଯିବ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଛାତ୍ର-ଛାତ୍ରୀମାନେ ସ୍କୁଲକୁ ବାଇକ ସ୍କୁଟି ଧରି ଆସୁଥିବା ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ଏହା ଉପରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଚେତନ କରାଯାଉଛି, ଖୁବଶୀଘ୍ର ସ୍କୁଲଗୁଡିକୁ ତାଗିଦ କରାଯିବ। ବିଭାଗୀୟ ଅଧିକାରୀ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହେବ। ଛାତ୍ରଛାତ୍ରୀ ଗାଡ଼ି ନେଇ ଆସିବା ଦ୍ୱାରା ଦୁର୍ଘଟଣାର ଶିକାର ହେଉଛନ୍ତି ତେଣୁ ସ୍କୁଲଗୁଡିକୁ ତାଗିଦ୍ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଯେମିତି ନାବାଳକ ଛାତ୍ର-ଛାତ୍ରୀମାନେ ଯେମିତି ନାବାଳକ ଛାତ୍ର-ଛାତ୍ରୀମାନେ ଗାଡି ନେଇ ସ୍କୁଲ ନ ଆସିବେ ସେଥିପ୍ରତି ଧ୍ୟାନ ଦିଆଯିବ ।

ଆମ ସରକାର ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେଉଛନ୍ତି। ଏଦୃଷ୍ଟିରୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ମଧ୍ୟ ଏହାକୁ ଲାଗୁ କରିବ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି। ଗତ ଜୁଲାଇ ଶେଷରେ ଏସଟିଏ ପକ୍ଷରୁ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ କାର‌୍ୟ୍ୟକ୍ରମ ହୋଇଥିଲା। ଚେକିଂ ଜୋରଦାର ହୋଇଥିବାବେଳେ ଦୁଇ ଦିନରେ ୩୩୪ ନାବାଳକ ଧରା ପଡିଥିଲେ ।। ସେମାନଙ୍କ ଅଭିଭାବକଙ୍କଠୁ ୮୩ ଲକ୍ଷ ୫୦ ହଜାର ଟଙ୍କା ଚାଲାଣ କଟିଥିଲା। ୧୩୮ଟି ଗାଡ଼ି ଜବତ ହୋଇଥିବା ବେଳେ କଟକରେ ସର୍ବାଧିକ ୨୭ ନାବାଳକ ଧରା ପଡିଥିଲେ।

ଜବତ ଗାଡ଼ିର ପଞ୍ଜିକରଣ ବାତିଲ କରାଯିବ। ବିଶେଷକରି ନାବାଳକଙ୍କ ଗାଡ଼ି ଡ୍ରାଇଭ ରୋକିବାକୁ ଚେକିଂ କରାଯାଇଥିଲା। ନିୟମ ଅନୁସାରେ ଯଦି ନାବାଳକ ଗାଡ଼ି ଜବତ ହୁଏ, ତେବେ ଅଭିଭାବକଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବାର ସୂଚନା ରହିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ