Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଣ ଶିକ୍ଷା ବିଭାଗ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର

ଜମନକିରା : ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ପଞ୍ଚାୟତ ହାଇସ୍କୁଲ ଠାରେ ଆଜି ଶନିବାର ବ୍ଲକ ସ୍ତରୀୟ ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୋଟ ୧୫୪ ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଶିକ୍ଷା ବିଭାଗ ପକ୍ଷରୁ ଆୟୋଜନ କରା ଯାଇଥିଲା। ପ୍ରଶିକ୍ଷଣ ଶିବିର ପ୍ରାରମ୍ଭରେ ଏକ ସଭାର ଆୟୋଜନ କରାଯାଇ ଥିବା ବେଳେ ଏବିଇଓ ସୁଶ୍ରୀ ଦେବକୀ ନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ। ସିଆରସିସି ମାନେ ସଭାରେ କ୍ଲଷ୍ଟର ସ୍ତରୀୟ ମାସିକ ସଭା, ମୌଳିକ ସାକ୍ଷରତା ଓ ସଂଖ୍ୟଜ୍ଞାନ, ଜାତୀୟ ଉପଲବ୍ଧି ସର୍ଭେକ୍ଷଣ ୨୦୨୪, ୟୁନିଫର୍ମ ବଣ୍ଟନ, ୟୁଡ଼ାଈସ୍, ବିଦ୍ୟାଳୟର ଶୈଖିକ ତଥା ସହ-ସୈଖିକ ପରିବେଶ ର ଉନ୍ନତି କରଣ ଉପରେ ଆଲୋକପାତ କରିଥିଲେ। ଶେଷରେ ଏବିଇଓ ଦେବକୀ ନାୟକ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଜାତୀୟ ଶିକ୍ଷାନୀତି -୨୦୨୪ ଉପରେ ବିସ୍ତୃତ ଭାବେ ବୁଝେଇ ଥିଲେ। ଶିକ୍ଷା ରୁପକ ନାଆର ସୁଦକ୍ଷ ନାଉରି ହୋଇ କୁନି କୁନି ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷାଦାନ କରିବା ପାଇଁ ଉସ୍ୟାହିତ କରିଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଈ ସଭାକାର୍ଯ୍ୟ ସମାପନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ