ନିଲମ୍ବିତ ଶିକ୍ଷକ ଙ୍କ ସଫକ୍ୟ ରେ ବାହାରି ରାଜୁଗୁଡା ହାଇସ୍କୁଲ ରେ ପକାଇଲେ ତାଲା ପକାଇଲେ ଗ୍ରାମବାସୀ


ପଟ୍ଟାଙ୍ଗି୦୩/୦୮ନିଲମ୍ବିତ ଶିକ୍ଷକ ଙ୍କ ସଫକ୍ୟ ରେ ଗ୍ରାମବାସୀ ବାହାରି ବିଦ୍ୟାଳୟରେ ତାଲା ପକାଇ ପୁନର୍ବାର ନିଲମ୍ବିତ ଶିକ୍ଷକ ଙ୍କୁ ନିଯୁକ୍ତି ଦେବା ଦାବିକରି ଛାତ୍ରଛାତ୍ରୀ ଙ୍କୁ ମାଧ୍ୟମ କରି ପ୍ରତିବାଦ କରିବା ଦୃଶ୍ୟ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଏହିପରି ଦୃଶ୍ୟ ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ରାଲେଗଡା ପଞ୍ଚାୟତ ରେ ରହିଥିବା ରାଜୁଗୁଡା ହାଇସ୍କୁଲ କ୍ଷେତ୍ରରେ । ସୂଚନା ମୁତାବକ ଉକ୍ତ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଦାଇତ୍ୱ ରେ ରହିଥିବା ପ୍ରଶାନ୍ତ କୁମାର ପଟ୍ଟନାୟକ ଙ୍କ ନାମରେ ବିଭିନ୍ନ ସମୟରେ ଅନେକ କିଛି ଅଭିଯୋଗ ଯଥା ଛାତ୍ର ମାନଙ୍କୁ ବିଦ୍ୟାଳୟରେ ଶ୍ରମିକ ଭାବେ କାମ କରାଇ ଗାତ ଖୋଳାଉ ଥିବା ସମ୍ପର୍କିତ ଭିଡିଓ ଭାଇରାଲ୍ ପରି ଘଟଣାରେ ଉକ୍ତ ଶିକ୍ଷକ ଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଚେଷ୍ଟା ହୋଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ପୁଣି ଉକ୍ତ ଶିକ୍ଷକ ଜଣକ ଜଣେ ଛାତ୍ର ଙ୍କ ଠାରୁ ମାଟ୍ରିକ ସାର୍ଟିଫିକେଟ୍ ଦେବା ପାଇଁ ୫୦୦ ଟଙ୍କା ନେଉଥିବା ଭିଡିଓ ଭାଇରାଲ୍ ଦୃଶ୍ୟ କୁ ଜିଲ୍ଲାପାଳ ଗୁରୁତର ଭାବେ ଗ୍ରହଣ କରି ଏଡିଏମ୍ (ରାଜସ୍ୱ) ଆଲୋମଣି ସେଠି ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ଙ୍କୁ ତଦନ୍ତ ଭାର ଦେଇ ଘଟଣା ର ସତ୍ୟା ସତ ଜାଣିବା ପରେ ଉକ୍ତ ଶିକ୍ଷକ ପଟ୍ଟନାୟକ ଙ୍କୁ ଗତ ୨୪ ତାରିଖରେ ନିଲମ୍ବିତ କରିଥିଲେ କିନ୍ତୁ ଶିକ୍ଷକ ଜଣକ ନିଲମ୍ବିତ ହେବାର ୨୪ ଘଣ୍ଟା ମଧ୍ୟରେ ସ୍କୁଲ ପରିସର ଛାଡିବା ସରାକାରୀ ନିୟମ ରହିଥିବା ବେଳେ ନିଲମ୍ବିତ ଶିକ୍ଷକ ପଟ୍ଟନାୟକ ସ୍କୁଲର ଏକ ଗୃହକୁ ନିଜ ଦଖଲରେ ରଖି ସ୍କୁଲ ଭିତରେ ରହି ପୁଣି ଏକ ନୂଆଁ ଚାଲ କରି ଗ୍ରାମବାସୀ ଓ ଛାତ୍ରଛାତ୍ରୀ ଙ୍କ ମାଧ୍ୟମରେ ବିଦ୍ୟାଳୟ ର ମୁଖ୍ୟ ଫାଟକରେ ତାଲା ପକାଇ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବିଦ୍ୟାଳୟ ଭିତରକୁ ପ୍ରବେଶ କରିବା କୁ ଦେଇ ନଥିଲେ । ଏହିପରି ଅଭାବନୀୟ ଘଟଣା ସମ୍ପର୍କରେ ଖବର ପାଇ ବ୍ଲକ ଶିକ୍ଷା ଅଧିକାରୀ ଟି ମିନତୀ ବିଦ୍ୟାଳୟ ନିକଟରେ ପହଞ୍ଚି ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀ ଙ୍କୁ ବୁଝାଇ ମୁଖ୍ୟ ଫାଟକ ରୁ ତାଲା ଖୋଲିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ । ପରେ ଏହିପରି ଘଟଣା ସମ୍ପର୍କରେ ଗଣମାଧ୍ୟମ ଠାରୁ ଖବର ପାଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ , ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ , ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅନିଲ କୁମାର ସେଠୀ ପ୍ରମୁଖ ପହଞ୍ଚି ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀ ଙ୍କ ସହ ଆଲୋଚନା କରି ବିଦ୍ୟାଳୟ ର ମୁଖ୍ୟ ଫାଟକ ରୁ ତାଲା ଖୋଲି ସମସ୍ତ ଛାତ୍ରଛାତ୍ରୀ ଙ୍କୁ ନିଜ ନିଜ ଶ୍ରେଣୀ ଗୃହରେ ବସିବା ପାଇଁ କହିବା ସହ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନେଇ ବିଦ୍ୟାଳୟର କାର୍ଯ୍ୟାଳୟରେ ଏକ ବୈଠକ କରି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ଏହି ସମୟରେ କିଛି ଗ୍ରାମବାସୀ ଉକ୍ତ ଅଧିକାରୀ ଙ୍କୁ ସାକ୍ଷାତ କରି ବିଦ୍ୟାଳୟରେ ରହିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ବଦଳି କରାଯାଉ ଏବଂ ନିଲମ୍ବିତ ଶିକ୍ଷକ ପଟ୍ଟନାୟକ ଙ୍କୁ ପୁନର୍ବାର ନିଯୁକ୍ତି ଦିଆଯାଉ ବୋଲି ଦାବି କରିଥିଲେ କିନ୍ତୁ ଗ୍ରାମବାସୀ ଙ୍କ ଏହିପରି ଦାବି ଉକ୍ତ ଅଧିକାରୀ ମାନେ ଶୁଣିବା ପରେ ଯାହା କିଛି ଦାବି ରହିଛି ଲିଖିତ ଆକାରରେ ଦେବା କୁ କହିଥିଲେ । ଯାହାକୁ ନେଇ ଗ୍ରାମବାସୀ ସମସ୍ତ ଘଟଣା ଲିଖିତ ଭାବେ ଏକ ଦାବିପତ୍ର ଉକ୍ତ ଅଧିକାରୀ ମାନଙ୍କୁ ପ୍ରଦାନ କରିଥିଲେ । ପରେ ବିଡ଼ିଓ ପଟ୍ଟନାୟକ ଏବଂ ତହସିଲଦାର ଧାରୁଆ ବିଦ୍ୟାଳୟ ର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଙ୍କୁ ଗଣିତ ଏବଂ ବିଜ୍ଞାନ ପାଠ ସମ୍ପର୍କିତ କିଛି ପ୍ରଶ୍ନ ପାଚାରି ଥିଲେ ମଧ୍ୟ ଛାତ୍ରଛାତ୍ରୀ ଉତ୍ତର ଦେଇ ପାରିନଥିଲେ କିନ୍ତୁ ନିଲମ୍ବିତ ଶିକ୍ଷକ ପଟ୍ଟନାୟକ ଗଣିତ ଓ ବିଜ୍ଞାନ ଦୁଇଟି ବିଷୟ ପାଠ ପଢାଉଥିଲେ ମଧ୍ୟ ଛାତ୍ରଛାତ୍ରୀ ଉପରୋକ୍ତ ଅଧିକାରୀ ଙ୍କ ପ୍ରଶ୍ନ ର ଉତ୍ତର ଦେଇ ନପାରିବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ଅନ୍ୟପକ୍ଷରେ ଉକ୍ତ ବିଦ୍ୟାଳୟ ଟି ରାଲେଗଡା କ୍ଲଷ୍ଟର ଅଧିନରେ ରହିଥିବା ବେଳେ ଏତେ ସବୁ ଘଟଣା ଘଟି ଯାଇଥିଲେ ମଧ୍ୟ କ୍ଲଷ୍ଟର ର ଅଧିକାରୀ ସିଆରସିସି ରଞ୍ଜନ ଖିଲ ଙ୍କ ଅନୁପସ୍ଥିତ କୁ ନେଇ ଅନେକ କିଛି ସନ୍ଦେହ ସୃଷ୍ଟି କରୁଥିବା ବେଳେ ପଡୋଶୀ ନୁଆଗାଁ ଓ ପୁକାଲି କ୍ଲଷ୍ଟର ର ସିଆରସିସି ରୁଦ୍ର ପ୍ରଧାନ ଙ୍କ ଉପସ୍ଥିତି ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ଏନେଇ ବିଡ଼ିଓ ପଟ୍ଟନାୟକ ଙ୍କୁ ବିଦ୍ୟାଳୟ ର ମୁଖ୍ୟ ଫାଟକ ରେ ପଡିଥିବା ତାଲା ସମ୍ପର୍କରେ ପଚାରିବାରୁ ଏହା କିଛି ଲୋକଙ୍କ ପ୍ରବଚନା ରେ ଛାତ୍ରଛାତ୍ରୀ ଏବଂ ନିଜ ସ୍ୱାର୍ଥ ହାସଲ ନିମନ୍ତେ କିଛି ଗ୍ରାମବାସୀ ତାଲା ପକାଇଥିବା ବେଳେ ଆସିଥିବା ଦାବିପତ୍ର ସମ୍ପର୍କରେ ଜିଲ୍ଲାପାଳ ଙ୍କୁ ଅବଗତ କରାଯିବ ବୋଲି ପ୍ରକାଶ କରିଥିଲେ । ସେପଟେ ବିଦ୍ୟାଳୟ ରେ ତାଲା ପଡିଥିବା ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ କରି ବିଦ୍ୟାଳୟ ତାଲା ପକାଇଥିବା ଗ୍ରାମବାସୀ ଙ୍କୁ ତାଗିଦ୍ କରି ପୁନର୍ବାର ଯଦି ଏହିପରି କାର୍ଯ୍ୟ କରିବ ତାହେଲେ ଆଇନ୍ ଅନୁସାରେ ତୁମେ ମାନେ ଦଣ୍ଡିତ ହେବ ବୋଲି କହି ଫେରିବା ଜଣାପଡ଼ିଛି । ଏଠାରେ ସୂଚନା ଥାଉଁକି ଗତ ୨୪ ତାରିଖରୁ ଶିକ୍ଷକ ପଟ୍ଟନାୟକ ନିଲମ୍ବିତ ହୋଇଥିଲେ ମଧ୍ୟ ଶିକ୍ଷକ ପଟ୍ଟନାୟକ ରାଜୁଗୁଡା ହାଇସ୍କୁଲ ର ଏକ ଗୃହକୁ ମାଡି ବସି ଦୀର୍ଘ ୧୦ ଦିନ ହେଲା ରହି ଆସୁଥିବା ବେଳେ ଉପରୋକ୍ତ ସମସ୍ତ ଘଟଣା ସମାଧାନ ପରେ ବିଳମ୍ବିତ ସନ୍ଦ୍ୟା ରେ ତରବରିଆ ଭାବେ ମାଡି ବସି ରହିଥିବା ବିଦ୍ୟାଳୟ ର ଗୃହକୁ ଖାଲି କରିଥିବା ଜଣାପଡିଛି ।