Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଖନପୁର ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ଝାରସୁଗୁଡା ୩/୮ (ଓଡ଼ିଶା ନ୍ୟୁଜ)ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ସଂକୁଳ ଅନ୍ତର୍ଗତ ଲଖନପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ କୁମାର ଖମାରୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ମେଳାରେ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ରାଜକୁମାର ସାହୁ ମୁଖ୍ୟ ଅତିଥି ଓ ନରୋତ୍ତମ ପଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦ୍ବୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଏଥିରେ ଚତୁର୍ଥ ରୁ ସପ୍ତମ ଶ୍ରେଣୀ ର ଛାତ୍ରଛାତ୍ରୀ ଭାଗ ନେଇଥିଲେ ଏବଂ ଚତୁର୍ଥ ରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ୨୦ଟି ଗଣିତ ପ୍ରକଳ୍ପ ଓ ଚତୁର୍ଥ ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ମିଶି ୩୫ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ । ଲଖନପୁର ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦାମୋଦର ଧୁରୁଆ ଓ ଗଣିତ ଶିକ୍ଷକ ହେମାନନ୍ଦ ଖଣ୍ଡା ବିଚାରକ ଭାବେ ଦାୟିତ୍ୱ ସମ୍ପାଦନା କରିଥିବା ବେଳେ ବିଦ୍ୟାଳୟର ଆଚାର୍ଯ୍ୟ ନିତ୍ୟାନନ୍ଦ ବେନିଆଁ,ରାଜେଶ ବେହେରା,ଆଚାର୍ଯ୍ୟା ଜନନୀ ଗର୍ଡିଆ, ଭାଗ୍ୟସିନୀ ସନ୍ୟାସୀ,ସସ୍ମିତା ସାହୁ, ଝରଣା ସାହୁ,ସଂଯୁକ୍ତା ଖମାରୀ, ଜୟନ୍ତୀ ସେଠ, ବୀଣାପାଣି ଧୁରୁଆ, ସେବକ ରଘୁମଣି ଭୋଇ, ସେବୀକା ସରୋଜିନୀ ବିଶ୍ଵାଳଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ପରିଚାଳନାରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ