Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୃଥକ ପୃଥକ ମୋଟର ସାଇକେଲ୍ ଦୁର୍ଘଟଣା ରେ ୩ ଆହତ….୨ଜଣ ଙ୍କୁ କୋରାପୁଟ ସ୍ତାନାନ୍ତର….

ଲକ୍ଷ୍ମୀପୁର ୨୪.୦୩ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିକଟସ୍ତ ଚିଲିଶଙ୍କା ଗାଁର ଦୁଇଜଣ ଯୁବକ ମୋଟର ସାଇକେଲ୍ ରୁ ପଡି ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ ଚିଲିଶଙ୍କା ଗାଁର ପୁର୍ଣ ପ୍ରେପେକା ଓ କପିଳାଶ ପ୍ରେପେକା କୌଣସି ଏକ କାମ ସକାଶେ ନାରାୟଣପାଟଣା ଯାଇ ଫେରୁଥିବା ବେଳେ ଗେଚେଲା ବ୍ରିଜ୍ ଉପରେ ମୋଟର ସାଇକେଲ୍ ଟି ଭାରସାମ୍ୟ ହରାଇବାରୁ ବ୍ରିଜ୍ ତଳକୁ ଖସି ପଡିଥିଲେ।ସୌଭାଗ୍ୟ ବସତଃ ଉଭୟେ ବଞ୍ଚିଯାଇଥିବା ବେଳେ ସେଠାକାର ଲୋକେ ଉଧାର କରି ଲକ୍ଷ୍ମୀପୁର ଗୋଷ୍ଟିସ୍ବାସ୍ଚ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ।ଉଭୟଙ୍କର ଗୋଡ ଭାଙ୍ଗିଯିବା ସହ ବିଭିନ୍ନ ସ୍ଥାନରେ କ୍ଷତବିକ୍ଷତ ହୋଇଥିବା ବେଳେ ସେମାନଙ୍କୁ କୋରାପୁଟ ଏସଏଲଏନ୍ ମେଡିକାଲ୍ କଲେଜ୍ କୁ ସ୍ଥାନାନ୍ତରିତ କରାଯାଇଛି।ସେହିପରି ଗତକାଲି ରାତ୍ର ରେ ଦଶମନ୍ତପୁର ପଦମଝୋଲା ଗାଁର ସାଲିଆ ରଇତ ଲକ୍ଷ୍ମୀପୁର ଆସି ନିଯ ଗାଁ କୁ ଫେରୁଥିବା ବେଳେ ଟିମାଝୋଲା ଛକ ରେ ଏକ ଅଜଣା ଗାଡି ଧକ୍କା ଦେଇ ଚାଲିଯିବାରୁ ସେ ମୋଟର ସାଇକେଲ୍ ରୁ ଛିଟିକି ପଡି ଆହତ ହୋଇ ପଡିରହିଥିଲେ।ସେଠାରୁ ମଧ୍ୟ କିଛି ଲୋକ ସାଲିଆ କୁ ଆଣି ଲକ୍ଷ୍ମୀପୁର ଡାକ୍ତରଖାନା ରେ ଭର୍ତି କରିଥିଲେ।ବର୍ତମାନ ସେ ଲକ୍ଷ୍ମୀପୁର ରେ ଚିକିସ୍ଚାଧିନ ଅବସ୍ଥାରେ ରହିଛନ୍ତି।ଦୃତ ଗତି ସହ ବେପାରୁଆ ଗାଡି ଚାଳନା ଯୋଗୁଁ ଲକ୍ଷ୍ମୀପୁର ଅଞ୍ଚଳରେ ଦିନକୁ ଦିନ ମୋଟର ସାଇକେଲ୍ ଦୁର୍ଘଟଣା ବଢୁଥିବା ବେଳେ ବେପାରୁଆ ଓ ନାବାଳକ ଗାଡିଚାଳକ ଙ୍କ ପ୍ରତି ପୋଲିସ୍ ର ଦୃଢ କାର୍ଯ୍ୟନୁଷ୍ଟାନ ର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।