Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏକାଦଶ ଛାତ୍ରଛାତ୍ରୀ ଙ୍କୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା

ପଟ୍ଟାଙ୍ଗି୦୪/୦୮ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ନୂତନ କରି ଯୋଗଦାନ କରିଥିବା ଏକାଦଶ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା କରା ଯାଇ ପାଠପଢା ତଥା ବିଦ୍ୟାଳୟରେ ଶାନ୍ତି ଶୃଙ୍ଖଳା କିପରି ରକ୍ଷା ବଜାୟ ରଖିବେ ସେନେଇ ସାମୁହିକ ସୂଚନା ପ୍ରଦାନ କରାଯାଇଥିଲା । ଏହିପରି କାର୍ଯ୍ୟକ୍ରମ ସ୍ଥାନୀୟ ଗାଙ୍ଗେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ହୋଇ ଥିଲା । ସୂଚନା ମୁତାବକ ଉକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ରାମକୃଷ୍ଣ ସାମଲ ଙ୍କ ସଭାପତିତ୍ୱ ରେ ବିଦ୍ୟାଳୟର ସଭା ଗୃହରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ନୂତନ କରି ବିଦ୍ୟାଳୟ କୁ ପାଠପଢିବା ନିମନ୍ତେ ଯୋଗଦାନ କରିଥିବା ୨୦୦ ରୁ ଉର୍ଦ୍ଧ ଏକାଦଶ ଛାତ୍ରଛାତ୍ରୀ ଙ୍କୁ ଫୁଲ ତୋଡା ଦେଇ ସମ୍ବର୍ଦ୍ଧନା କରା ଯାଇଥିଲା । ଏହି ସମୟରେ ବିଦ୍ୟାଳୟର ଉପସ୍ଥିତ ଅଧ୍ୟାପକ ଅଧ୍ୟାପିକା ନୂତନ ଛାତ୍ରଛାତ୍ରୀ ଙ୍କୁ ବିଦ୍ୟାଳୟରେ କିପରି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଠିକ୍ ସମୟରେ ବିଦ୍ୟାଳୟରେ ପହଞ୍ଚି ପାଠପଢା ରେ ଯୋଗଦାନ କରି ଶ୍ରେଣୀ ରେ ପାଠ ପଢାଉଥିବା ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ସହଯୋଗ କରି ସମ୍ମାନ ଦେବା ଏବଂ ନିଜ ନିଜର ସହପାଠୀ ମାନଙ୍କ ସହ ସହଭାଗିତା ରକ୍ଷା କରିବା ସେନେଇ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇବା ସହ ଆସନ୍ତା କିଛି ଦିନ ପରେ ଅଭିଭାବକ ମାନଙ୍କୁ ନେଇ ଏକ ବୈଠକ କରାଯିବ ବୋଲି ନୂତନ ଛାତ୍ରଛାତ୍ରୀ ଙ୍କୁ ସୂଚନା ପ୍ରଦାନ କରାଯାଇଥିଲା । ଏହି ସମୟରେ ବିଦ୍ୟାଳୟ ର ଅଧ୍ୟାପିକା ରାଜଶ୍ରୀ ବିଶ୍ୱାଳ , ଜ୍ୟୋସ୍ନାମୟୀ ସାହୁ , ଅଧ୍ୟାପକ ବୈଲୋଚନ ରଣା , ସରୋଜ ରଞ୍ଜନ ଭୂୟାଁ ପ୍ରମୁଖ ଛାତ୍ରଛାତ୍ରୀ ଙ୍କୁ ଭଲ ପାଠ ପଢି ଭଲ ମଣିଷ ହେବା ସହ ନିଜ ପରିବାର ଙ୍କ ସମ୍ମାନ ରକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ସଞ୍ଜୟ କୁମାର ପରିଡ଼ା , ସୁଧାଂଶୁ ଭୂଷଣ ଜେନା , ହୃଷିକେଶ ପ୍ରଧାନ , ଅନିଲ କୁମାର ଖିଲ , ମନୋଜ କୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ ଏକାଡେମୀ ଅଧ୍ୟାପକ ଶେଷଦେବ ବାରିକ ଏବଂ ଅଶୋକ ନାୟକ ମଞ୍ଚ ପରିଚାଳନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ